ବୁଡ଼ାଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟକୁ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ସମ୍ମାନ

ବାଲିଗୁଡା, ୨୪/୦୩ ସୁକାନ୍ତ କୁମାର ତ୍ରିପାଠୀ

ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ କନ୍ଧମାଳ ଜିଲ୍ଲା ସ୍ତରରେ ବିଶ୍ୱ ବନ ଦିବସ ଉତ୍ସବ ଉତ୍ସାହର ସହିତ ପାଳନ କରାଯାଇଛି। ଏହି ଅବସରରେ ଦାରିଙ୍ଗିବାଡି ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟକୁ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ସମ୍ମାନିତ କରାଯାଇଛି।ବିଦ୍ୟାଳୟକୁ ପ୍ରମାଣପତ୍ର ସହ ୧୦,୦୦୦ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା। ପୁରସ୍କାର ବିତରଣ ଅନୁଷ୍ଠାନରେ ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରତାପ କଟାପାଲି, ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ଘନଶ୍ୟାମ ମହନ୍ତ, ଏସିଏଫ୍ ଫୁଲବାଣୀ ଶ୍ୱେତଲିନା ସାହୁ ଏବଂ ଉଦୟଗିରି ବନ ପ୍ରଶିକ୍ଷଣ ବିଦ୍ୟାଳୟର ନିର୍ଦ୍ଦେଶକ ଆଶିଷ ବେହେରା ଉପସ୍ଥିତ ଥିଲେ।ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ସାହୁ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କର ପରିବେଶ ପ୍ରତି ଆଗ୍ରହ ଓ ସଚେତନତାକୁ ଶ୍ରେୟ ଦେଇଥିଲେ। ସେ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷାରେ ବନ ବିଭାଗର ସକ୍ରିୟ ସହଯୋଗକୁ ମଧ୍ୟ ସ୍ତୁତି କରିଥିଲେ।

You might also like
error: Content is protected !!