ଗଞ୍ଜାମ ପାଇଁ ୭,୫୦୦ ଏକର ଷ୍ଟ୍ରାଟେଜିକ କରିଡୋର ପ୍ରସ୍ତାବ

ବ୍ରହ୍ମପୁର,(ବିଚିତ୍ର ସାହୁ)

AIIMS ଓ ଇଣ୍ଟରନ୍ୟାସନାଲ୍ ଟ୍ରେଡ୍ ସେଣ୍ଟର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧଦକ୍ଷିଣ ଓଡ଼ିଶାର ଆର୍ଥିକ ଭବିଷ୍ୟତକୁ ନୂତନ ଦିଗ ଦେବା ଉଦ୍ଦେଶ୍ୟରେ ବ୍ରହ୍ମପୁର ଲୋକସଭା ସାଂସଦ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (PMO) ଓ NITI Aayog ନିକଟରେ ଏକ ବ୍ୟାପକ ମାଷ୍ଟର ପ୍ଲାନ୍ ଦାଖଲ କରିଛନ୍ତି।ଏହି ପ୍ରସ୍ତାବରେ ଗଞ୍ଜାମ ଜିଲ୍ଲାରେ ୭,୫୦୦ ଏକର ଷ୍ଟ୍ରାଟେଜିକ କରିଡୋର ଗଠନ କରି ଏହାକୁ ଦେଶର ଶିଳ୍ପ ଓ ବ୍ୟବସାୟ କେନ୍ଦ୍ରରେ ପରିଣତ କରିବାର ଲକ୍ଷ୍ୟ ରହିଛି।ଏହି ଯୋଜନାର ମୁଖ୍ୟ ଆକର୍ଷଣ ହେଉଛି ଗଞ୍ଜାମରେ ଥିବା ଏକ ଦୁର୍ଲଭ “Quad-Modal Convergence”, ଯେଉଁଠାରେ ଗଭୀର ସମୁଦ୍ର ବନ୍ଦର, NH-16 ରାଜପଥ, ରେଳପଥ ଓ ବିମାନବନ୍ଦର ମାତ୍ର ୧୦ କିଲୋମିଟର ମଧ୍ୟରେ ଅବସ୍ଥିତ।ଏହି ପ୍ରସ୍ତାବରେ ପାଲୁର–ହୁମା ଅଞ୍ଚଳରେ ୨,୫୦୦ ଏକର ଓ ବାହୁଡା–ଚିକିଟି ଅଞ୍ଚଳରେ ୫,୦୦୦ ଏକର ଅକୃଷି ଓ ନିର୍ବାଧ ଜମି ଚିହ୍ନଟ କରାଯାଇଛି, ଯାହାକୁ ଶିଘ୍ର ଶିଳ୍ପ ସ୍ଥାପନ ପାଇଁ ବ୍ୟବହାର କରାଯିବ।ପାଲୁରରେ ଏକ ଆନ୍ତର୍ଜାତୀୟ ଶିପ୍ବିଲ୍ଡିଂ କେନ୍ଦ୍ର ସ୍ଥାପନ କରି ପ୍ରାଚୀନ ମାରିଟାଇମ୍ ଐତିହ୍ୟକୁ ପୁନରୁଜ୍ଜୀବିତ କରିବା ଯୋଜନା ମଧ୍ୟ ରହିଛି।ସେଥିସହିତ ଗଞ୍ଜାମରେ AIIMS ସ୍ଥାପନ କରି ୪୦ ଲକ୍ଷରୁ ଅଧିକ ଲୋକଙ୍କୁ ଉଚ୍ଚସ୍ତରୀୟ ଚିକିତ୍ସା ସୁବିଧା ଦେବା ଓ ଭୁବନେଶ୍ୱର ସହ ଥିବା ୧୭୦ କି.ମି. ଦୂରତାକୁ କମାଇବା ଦାବି କରାଯାଇଛି।ଏହା ସହିତ ବ୍ରହ୍ମପୁରକୁ ଏକ ବିଶ୍ୱସ୍ତରୀୟ ବ୍ୟବସାୟ କେନ୍ଦ୍ରରେ ପରିଣତ କରିବା ପାଇଁ ଗଞ୍ଜାମ ଇଣ୍ଟରନ୍ୟାସନାଲ୍ ଟ୍ରେଡ୍ ସେଣ୍ଟର (GITC) ସ୍ଥାପନ ପ୍ରସ୍ତାବ ରହିଛି।ଏହି ପ୍ରସ୍ତାବ ଉପରେ ସାଂସଦ ଡ଼ଃ ପାଣିଗ୍ରାହି କହିଛନ୍ତି,“ପ୍ରକୃତି ଗଞ୍ଜାମକୁ ୧୦ କି.ମି. ମଧ୍ୟରେ ଚାରି ପରିବହନ ମାଧ୍ୟମର ଏକ ଅଦ୍ଭୁତ ସଂଯୋଗ ଦେଇଛି। ଆମେ ଏହାକୁ ‘ବିକସିତ ଭାରତ’ର ଏଞ୍ଜିନ୍ ରୂମ୍ କରିବାକୁ ଯାଉଛୁ।”ଏହି ଯୋଜନା ଗଞ୍ଜାମକୁ ଶିଳ୍ପ ହବ୍ ଭାବେ ବିକଶିତ କରିବା ସହିତ ବ୍ୟାପକ ଚାକିରି ସୃଷ୍ଟି ଓ ପ୍ରବାସୀ ସମସ୍ୟା କମାଇବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି।

You might also like
error: Content is protected !!