ଶତାଧିକ ସମର୍ଥକଙ୍କ ସହ ପ୍ରଚାର କରୁଛନ୍ତି ସମ୍ପାଦକ ପାର୍ଥୀ ଜଗନ୍ନାଥ ମିଶ୍ର

ବ୍ରହ୍ମପୁର,(ବିଚିତ୍ରସାହୁ):-

ଚଳିତ ବର୍ଷ ଗଞ୍ଜାମ ଓକିଲ ସଂଘର ନିର୍ବାଚନ ଆସନ୍ତା ୨୮ତାରିଖ ସକାଳ ସାଢ଼େ ୭ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ଚଳିତ ବର୍ଷ ବିଭିନ୍ନ ପଦବି ପାଇଁ ମୋଟ ୧୫ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନିର୍ବାଚନୀ ମଇଦାନରେ ଓହ୍ଲାଇଛନ୍ତି । ସେଥିମଧ୍ୟରୁ ସମ୍ପାଦକ ପାର୍ଥି ଭାବେ ଜଗନ୍ନାଥ ମିଶ୍ର ସମ୍ପୂର୍ଣ୍ଣ ରୂପେ ସଜବାଜ ହୋଇ ନିଜର ଶତାଧିକ ସମର୍ଥକଙ୍କ ସହିତ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । କୋର୍ଟ ପରିସରରେ ,ଓକିଲଙ୍କ ଚାମ୍ବର ଓ ଘରକୁ ଘର ବୁଲି ସେ ଭୋଟ ଭିକ୍ଷା କରୁଥିବା ଜଣାପଡିଛି । ଏହାସହ ବରିଷ୍ଠ ଆଇନଜୀବଙ୍କୁ ସମର୍ଥନ କରିବା ସହ ତାଙ୍କ ବାଲ୍ଲଟ (ନମ୍ବର -୦୧)ରେ ବିପୁଳ ମାତ୍ରାରେ ମତଦାନ କରିବା ପାଇଁ ସେ ନିବେଦନ କରିଛନ୍ତି ।

You might also like
error: Content is protected !!