ଶ୍ରୀ ସୂର୍ଯ୍ୟ ନାରାୟଣ ଦାସ BJP ଗଞ୍ଜାମ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ହେଲେ।

ବ୍ରହ୍ମପୁର,(ବିଚିତ୍ର ସାହୁ):-

ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ , ରାଜ୍ୟ କୃଷକମୋର୍ଚ୍ଚା ସଭାପତି ଶ୍ରୀ ଶୁଭ୍ରାଂଶୁ ଶେଖର ପାଢ଼ୀ ଏଵଂ ଜିଲ୍ଲା ସଭାପତି ଶ୍ରୀ ସରୋଜ ସାବତଙ୍କ ମନୋନୀତରେ ଆଜି ଗଂଜାମ ଜିଲ୍ଲା କୃଷକ ମୋର୍ଚ୍ଚାର ସଭାପତି ରୂପେ ଶ୍ରୀ ସୂର୍ଯ୍ୟ ନାରାୟଣ ଦାସଙ୍କ ନାମ ଘୋଷଣା କରାଗଲା। ସୂର୍ଯ୍ୟ ନାରାୟଣ ଦାସ ଏହା ପୂର୍ବରୁ ବିଜେପି ଜିଲ୍ଳା ସାଧାରଣ ସମ୍ପାଦକ ଏବଂ ସଭାପତି ଭାବେ କାର୍ଯ୍ୟ ତୁଲାଇ ଥିଲେ, ତା ସହ ରାଜ୍ୟ କୃଷକ ମୋର୍ଚ୍ଚାର ସଂଯୋଜକର ଦାୟିତ୍ବ ନିଭାଇଥିଲେ। ଶ୍ରୀ ଦାସ ବିଶ୍ୱ ହିନ୍ଦୁ ପରିଷଦର ଏଵଂ ବଜରଙ୍ଗ ଦଳର ଜିଲ୍ଲା ଦାୟିତ୍ୱ ତୁଲାଇବା ସହ ଗଜପତି ଜିଲ୍ଲାର ପ୍ରଚାରକ ଭାବେ କର୍ମ କରି ଆସିଛନ୍ତି। ଅଯୋଧ୍ୟା ରାମ ଲାଲା କାର ସେବା ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିଲେ। ଏହି ପରି ଦକ୍ଷ ଦୃଢ଼ କାର୍ଯ୍ଯ କର୍ତାଙ୍କୁ ପୁଣି ଥରେ କୃଷକ ମୋର୍ଚ୍ଚାର ସଭାପତତ୍ବରେ ଦାୟିତ୍ୱ ଦିଆଯାଇଥିବାରୁ ଜିଲ୍ଲାର ବରିଷ୍ଠ କାର୍ଯ୍ଯ କର୍ତ୍ତା ମାନେ ରାଜ୍ୟ ସଭପତି ଶ୍ରୀ ମନମୋହନ ସାମଲ, ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ମାଝି, ରାଜ୍ୟ କୃଷକମୋର୍ଚ୍ଚା ସଭାପତି ଶୁଭ୍ରାଂଶୁ ଶେଖର ପାଢ଼ୀ,ଜିଲ୍ଳା ସଭାପତି ଶ୍ରୀ ସରୋଜ ସାବତ, ସ୍ଥାନୀୟ ବିଧାୟକ କେ ଅନିଲ କୁମାର, ସାଂସଦ ଶ୍ରୀ ପ୍ରଦୀପ ପାଣିଗ୍ରାହୀ ଙ୍କ ଶହ ଜିଲ୍ଲାର ସମସ୍ତ ବିଧାୟକ ଅନ୍ତରରୁ ଧନ୍ୟବାଦ୍ ଜଣାଇଥିଲେ। ଆଜିର ସମ୍ବର୍ଦ୍ଧନା ସଭାରେ ବରିଷ୍ଠ କାର୍ଯ୍ଯ କର୍ତ୍ତା ମାନେ ଶ୍ରୀ ଦାସ ଙ୍କୁ ଶୁ ସ୍ୱାଗତ ସମ୍ବୋଦନା କରିଥିଲେ ସେମାନଙ୍କ ମଧ୍ୟରେ ଶ୍ରୀ ଅଜିତ କୁମାର ପ୍ରଧାନ, ଅଶ୍ଵିନୀ କୁମାର ରଥ, ବିଜୟ ମୁଦୁଲି, ଗଜେନ୍ଦ୍ର ଚୌଧୁରୀ, ପ୍ରଫୁଲ୍ଲ ସାହୁ, ବଦ୍ରି ସାବତ, ବିଶ୍ଵଦେବ ମହାରଣା, ଅମୂଲ୍ୟ ଚୌଧୁରୀ, ପଦ୍ମ ଚରଣ ନାୟକ, ଗୌରି ଶଙ୍କର ମହାନ୍ତି, ଶ୍ରୀନୁ ରାଓ, ରବି କିରଣ, ସନ୍ତୋଷ କୁମାର ଗୌଡ଼, ସୁକାନ୍ତ ଦଳାଇ, ଗୋବିନ୍ଦ ବିଶୋଇ, ପଦ୍ମ ପରିଡ଼ା, ତ୍ରିନାଥ ମହାରଣା ଏଵଂ ସୁନା ମହାରଣାଙ୍କ ସହ ଅନେକ କାର୍ଯ୍ଯ କର୍ତ୍ତା ଉପସ୍ଥିତ ଥିଲେ, ଜିଲ୍ଲାରେ କୃଷକ ମୋର୍ଚ୍ଚା ସୁଦୃଢ଼ ରୂପେ କାର୍ଯ୍ଯ କରିବା ଶହ ଦଳକୁ ଗୌରାନ୍ଵିତ କରିବା ପାଇଁ ଆଶାତୀତ ହୋଇଥିଲେ। ଶ୍ରୀ ସୂର୍ଯ୍ୟ ନାରାୟଣ ଦାସ ସଭାପତି

You might also like
error: Content is protected !!