ଘଡଘଡି ସହିତ ବାଲିଗୁଡାରେ ବର୍ଷା, ଗରମରୁ ମିଳିଲା ରାହତ

ବାଲିଗୁଡା, ତା. ୨୦/୦୩ :ସୁକାନ୍ତ କୁମାର ତ୍ରିପାଠୀ:

କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଞ୍ଚଳରେ ଆଜି ଅପରାହ୍ନ ସମୟରେ ହଠାତ୍ ଘଡଘଡି ସହିତ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ପ୍ରାୟ ଅପରାହ୍ନ ୩ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ବର୍ଷା ତୁହାକୁ ତୁହା ଜାରି ରହିଥିଲା।ଘନ ମେଘ ଆକାଶକୁ ଆଛାଦିତ କରିଦେଇଥିବା ବେଳେ ଘଡଘଡିର ଭୟଙ୍କର ଶବ୍ଦରେ କିଛି ସମୟ ପାଇଁ ପରିବେଶ ଭୟଭୀତ ହୋଇପଡ଼ିଥିଲା। ହଠାତ୍ ପରିବର୍ତ୍ତିତ ଏହି ଆବହାଓଆ ଲୋକମାନଙ୍କୁ ଆଶ୍ଚର୍ୟଚକିତ କରିଥିଲା।ଏହି

ଘଡଘଡି ସହିତ ବାଲିଗୁଡାରେ ବର୍ଷା, ଗରମରୁ ମିଳିଲା ରାହତ

ବର୍ଷାର ପରିଣାମରେ ଦୀର୍ଘଦିନ ଧରି ଚାଲିଥିବା ତିବ୍ର ଗରମରୁ ଲୋକମାନେ କିଛି ପରିମାଣରେ ରାହତ ଅନୁଭବ କରିଛନ୍ତି। ଅନ୍ୟପଟେ, ଚାଷୀମାନେ ମଧ୍ୟ ଏହି ବର୍ଷାକୁ ସ୍ୱାଗତ କରି ସନ୍ତୋଷ ପ୍ରକାଶ କରିଥିବା ର ଦେଖିବାକୁ ମିଳିଛି।

You might also like
error: Content is protected !!