କନ୍ଧମାଳ : ୨୦/୦୩: ସୁକାନ୍ତ କୁମାର ତ୍ରିପାଠୀ
ରାୟଗଡ଼ା–କଳାହାଣ୍ଡି–କନ୍ଧମାଳ ଜଙ୍ଗଲ ସୀମାନ୍ତରେ ମାଓବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀଙ୍କ ଜୋରଦାର ଅପରେସନ ଚାଲିଛି। ହାର୍ଡକୋର ମାଓ ନେତା ଶୁକ୍ରୁଙ୍କୁ ଘେରି ରଖିଥିବା ବେଳେ ଅପରେସନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଡିଜିପି ୱାଇ.ବି. ଖୁରାନିଆ ସୂଚନା ଦେଇଛନ୍ତି।ଡିଜିପିଙ୍କ କହିବା ଅନୁସାରେ, ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ସମଗ୍ର କନ୍ଧମାଳ ଜିଲ୍ଲାକୁ ମାଓମୁକ୍ତ କରିବାକୁ ପୋଲିସ ଓ ସୁରକ୍ଷା ବାହିନୀ ପ୍ରତିବଦ୍ଧ ଅଛନ୍ତି। ଏହି ଅଭିଯାନରେ ଶୁକ୍ରୁଙ୍କ ନିରାକରଣ ସହିତ ମାଓ କାର୍ଯ୍ୟକଳାପର ଶେଷ ହେବ ବୋଲି ସେ କହିଛନ୍ତି।ଏହାସହ ମାଓବାଦୀଙ୍କୁ ଡିଜିପି ଶେଷ ଚେତାବନୀ ଦେଇ କହିଛନ୍ତି, ହିଂସାର ପଥ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ। ସରକାରଙ୍କ ପକ୍ଷରୁ ଘୋଷିତ ପୁନର୍ବାସ ଯୋଜନାର ଲାଭ ନେବାକୁ ସେମାନଙ୍କୁ ଅପିଲ କରାଯାଇଛି। ଅସ୍ତ୍ର ଛାଡି ଆତ୍ମସମର୍ପଣ କଲେ ସରକାରୀ ସହାୟତା ମିଳିବ ବୋଲି ସୂଚିତ କରାଯାଇଛି।କେନ୍ଦ୍ର ସରକାରଙ୍କ ଦ୍ୱାରା ଚାଲିଥିବା ମାଓ ଦମନ ଅଭିଯାନର ସମୟସୀମା ମାର୍ଚ୍ଚ ୨୦୨୬ରେ ସମାପ୍ତ ହେବାକୁ ଥିବାବେଳେ, ରାଜ୍ୟରେ ଅପରେସନକୁ ଆହୁରି ତିବ୍ର କରାଯାଇଛି।ଯଦି ମାଓବାଦୀମାନେ ଏହି ଅପିଲକୁ ଅନଦେଖା କରି ହିଂସାର ପଥକୁ ଅନୁସରଣ କରିବେ, ତେବେ ଓଡିଶା ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡିଜିପି ୱାଇ.ବି. ଖୁରାନିଆ ଚେତାବନୀ ଦେଇଛନ୍ତି।