ଜଙ୍ଗଲ ନିଆଁ ନିରାକରଣ ପାଇଁ ପାରମ୍ପରିକ ନୃତ୍ୟ-ଗୀତ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡା,୧୮/୦୩ ସୁକାନ୍ତ କୁମାର ତ୍ରିପାଠୀ

ଜଙ୍ଗଲରେ ଘଟୁଥିବା ବନାଗ୍ନୀକୁ ରୋକିବା ଓ ପରିବେଶ ସୁରକ୍ଷା ପାଇଁ ବାଲିଗୁଡା ବନଖଣ୍ଡ ପକ୍ଷରୁ ପାରମ୍ପରିକ ନୃତ୍ୟ-ଗୀତ ଏବଂ ପଥପ୍ରାନ୍ତ ନାଟକ ମାଧ୍ୟମରେ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।ବନାଗ୍ନୀର ଝୁମକି ବଢ଼ୁଥିବା ଖରା ଋତୁ ପୂର୍ବରୁ ବନ ବିଭାଗ ସଜାଗ ହୋଇ ବିଭିନ୍ନ ଅଞ୍ଚଳରେ ସଚେତନତା ଅଭିଯାନ ଆରମ୍ଭ କରିଛି। ଏହି ପରିପ୍ରେକ୍ଷିତରେ ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବନାଞ୍ଚଳରେ ମାଦାଗୁଡା ପଞ୍ଚାୟତ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।ତୁମୁଡ଼ିବନ୍ଧ ବନାଞ୍ଚଳ ଅଧିକାରୀ ରଜନୀ କାନ୍ତ ମେହେର ଓ ବନ ପାଳ ଦେବାଶିଷ ଚୌଧୁରୀଙ୍କ ନେତୃତ୍ୱରେ ଆୟୋଜିତ ଏହି

ଜଙ୍ଗଲ ନିଆଁ ନିରାକରଣ ପାଇଁ ପାରମ୍ପରିକ ନୃତ୍ୟ-ଗୀତ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ

କାର୍ଯ୍ୟକ୍ରମରେ ପୋଡୁଚାଷରୁ ନିବୃତ ହେବା, ବେଆଇନ ଶିକାର ରୋକିବା ଏବଂ ମହୁଲ ଫୁଲ ସଂଗ୍ରହ ସମୟରେ ଗଛତଳେ ନିଆଁ ନଲଗାଇ ସୁରକ୍ଷିତ ପଦ୍ଧତି ଅବଲମ୍ବନ କରିବାକୁ ଲୋକମାନଙ୍କୁ ଜଣାଇ ଦିଆଯାଇଥିଲା।ଏହି ଅବସରରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜଙ୍ଗଲ ସୁରକ୍ଷା, ବନ୍ୟପ୍ରାଣୀ ସୁରକ୍ଷା ଓ ପରିବେଶ ସଂରକ୍ଷଣ ବିଷୟରେ ସ୍ପଷ୍ଟ ବାର୍ତ୍ତା ପ୍ରଦାନ କରାଯାଇଥିଲା। ଗ୍ରାମବାସୀମାନେ ଜଙ୍ଗଲକୁ ନିଆଁରୁ ରକ୍ଷା କରିବା ପାଇଁ ସମୂହ ଶପଥ ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମରେ ବନରକ୍ଷୀ ସ୍ୱପ୍ନ ପାତ୍ର, ରୂପଶ୍ରୀ ଦିଗାଳ, ଏ. ସତ୍ୟନାରାୟଣ ଦୋରା, ସମାଜସେବୀ ଗୌତମ ମଲ୍ଲିକ, ସୁଜାତି ଦିଗାଳ ଓ ଅନ୍ୟମାନେ ଉପସ୍ଥିତ ଥିଲେ।ଯୁବ ନାଟ୍ୟକାର ଓ ସାମ୍ବାଦିକ

ଜଙ୍ଗଲ ନିଆଁ ନିରାକରଣ ପାଇଁ ପାରମ୍ପରିକ ନୃତ୍ୟ-ଗୀତ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ

ପ୍ରମୋଦ କୁମାର ଦଣ୍ଡସେନାଙ୍କ ନେତୃତ୍ୱରେ କନ୍ଧମାଳର ପାରମ୍ପରିକ ଲୋକ କଳାକାରମାନେ ଗୀତ-ନୃତ୍ୟ ଓ ନାଟକ ମାଧ୍ୟମରେ ଜଙ୍ଗଲ ନିଆଁ, ପୋଡୁଚାଷ ଓ ଜୀବଜନ୍ତୁ ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିଥିଲେ।

You might also like
error: Content is protected !!