ବାଲିଗୁଡା,୧୯/୦୩ ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଞ୍ଚଳରେ ଆଜି ଅପରାହ୍ନରେ ହଠାତ୍ ଘଡଘଡି ସହିତ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ପ୍ରାୟ ଅପରାହ୍ନ ୨.୩୦ ରୁ ୩ଟା ପର୍ଯ୍ୟନ୍ତ ଏହି ବର୍ଷା ଜାରି ରହିଥିଲା।ଘନ ମେଘ ଆକାଶକୁ ଆଛାଦିତ କରିବା ସହ ଘଡଘଡିର ଶବ୍ଦରେ ପରିବେଶ କିଛି ସମୟ ପାଇଁ ଭୟଭୀତ ହୋଇପଡ଼ିଥିଲା। ତେବେ ଏହି ବର୍ଷା ଫଳରେ ଗରମ ପରିସ୍ଥିତିରୁ ଲୋକମାନେ କିଛି ରାହତ ପାଇଥିବା ବେଳେ ଚାଷୀମାନେ ମଧ୍ୟ ଏଥିରେ ଖୁସି ପ୍ରକାଶ କରିଛନ୍ତି।ବର୍ଷା ପରେ ପରିବେଶ ଶିତଳ ହୋଇଯାଇଥିଲା।