ଫ୍ରେବୁଆରୀ ମଧ୍ୟ ଭାଗରେ କଣ୍ଟିଲୋ ମହୋତ୍ସବ

ନୟାଗଡ଼(ପ୍ରଭାକର ଶିରୋମଣି):- 

 ନୟାଗଡ଼ ଜିଲ୍ଳା ଖଣ୍ଡପଡା ବ୍ଳକ ଅନ୍ତର୍ଗତ ନୀଳମାଧଵ ପୀଠରେ ଆସନ୍ତା ୨୯ ତାରିଖରେ ପାରମ୍ପରିକ ଐତିହାସିକ ଭୈମୀ ଏକାଦଶୀ ମେଳା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l ଏଥିପାଇଁ ଖଣ୍ଡପଡା ଦେବୋତ୍ତର ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆସନ୍ତା ୧୯ ତାରିଖ ରେ କଣ୍ଟିଲୋ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହେଵ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଖଣ୍ଡପଡା ତହସିଲ ଦାର ନୋଟିସ ଜାରି କରିଥିବା ଜଣା ଯାଇଛି l               ଅପର ପକ୍ଷରେ ଭୈମୀ ଏକାଦଶୀ ମେଳା ସମୟରେ ହେବାକୁ ଥିବା ୪ ର୍ଥ ମାଘ ମେଳା ମହୋତ୍ସବକୁ କେତେକ ଅନିର୍ଵାର୍ଯ୍ୟ କାରଣ ହେତୁ ଘୁଞ୍ଚାଇ ଦିଆ ଯାଇଛି ବୋଲି ଆଜି ଶୁକ୍ରବାର କଣ୍ଟିଲୋ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଆୟୋଜିତ ତୃତୀୟ ପ୍ରସ୍ତୁତି ବୈଠକ ରେ ପ୍ରସ୍ତାବ ଗୃହୀତ ହୋଇଥିବା ପ୍ରକାଶ l ଏହା ବ୍ୟତୀତ ଐତିହାସିକ ଭୈମୀ ଏକାଦଶୀ ମେଳା ପାରମ୍ପରିକ ରୀତି ରେ ପୁରାତନ ମାଘ ମେଳା ପଡିଆରେ କରାଯିବା ପାଇଁ ଉପସ୍ଥିତ ମହୋତ୍ସବ କମିଟି ସଭ୍ୟ ମାନେ ମତ ପ୍ରକାଶ କରିଥିଲେ l ପରିସ୍ଥିତିକୁ ଅନୁଧ୍ୟାନ କରି ସର୍ବ ସମ୍ମତି କ୍ରମେ ଏହି ପ୍ରସ୍ତାବ ଗ୍ରହଣ କରାଯିବା ସଙ୍ଗେ ସଙ୍ଗେ ପରବର୍ତ୍ତୀ ବୈଠକ ରେ କଣ୍ଟିଲୋ ଅଞ୍ଚଳରେ ଥିବା ସମସ୍ତ ସ୍ବେଚ୍ଛାସେବୀ ସଂଗଠନ କର୍ମକର୍ତ୍ତା ମାନଙ୍କୁ ସାମିଲ କରି ସହଯୋଗ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା l              ଏହି ପ୍ରସ୍ତୁତି ବୈଠକ ରେ ମହୋତ୍ସବ କମିଟି ର ସ୍ଥାୟୀ ସଭାପତି ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଅଧ୍ୟକ୍ଷତା କରିଥିଲାବେଳେ ଖଣ୍ଡପଡା ବ୍ଳକ ବିଜେପି ପ୍ରଭାରୀ ଟିଟନ ସାହୁ ଯୋଗ ଦେଇଥିଲେ l ମହୋତ୍ସବ କମିଟିର ପୂର୍ବତନ ସଭାପତି ପ୍ରଭାକର ଶିରୋମଣି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲା ବେଳେ କାର୍ଯ୍ୟକାରୀ ସଭାପତି ଅଖିଳ କୁମାର ମହାରଣା ବିଭିନ୍ନ ପ୍ରସ୍ତାବ ଉପସ୍ଥାପିତ କରିଥିଲେ l ଯୁଗଳ କିଶୋର ନାୟକ, ପ୍ରମୋଦ କୁମାର ଦଳେଇ, ଦେବରାଜ ସେଠି ରାଜେଶ କୁମାର ଦାସ, ପତିତ ପାବନ ସାହୁ, ସନ୍ତୋଷ କୁମାର ସାହୁ, ପବିତ୍ର କୁମାର ମହାରଣା, ହେମନ୍ତ କୁମାର ସେଠି, ସତ୍ୟବାଦୀ ଦାସ ଓ ବିଷ୍ଣୁ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଆଲୋଚନା

You might also like
error: Content is protected !!