ନୟାଗଡ଼(ପ୍ରଭାକର ଶିରୋମଣି):-
କଣ୍ଟିଲୋ ବିଜେ ପ୍ରଭୂ ଶ୍ରୀ ନୀଳମାଧଵ ଜୀଉଙ୍କ ପାରମ୍ପରିକ ଚନ୍ଦନ ଯାତ୍ରା ଅପ୍ରେଲ ମାସ ୨୦ ତାରିଖ ପବିତ୍ର ଅକ୍ଷୟ ତୃତୀୟା ଠାରୁ ୨୧ ଦିନ ବ୍ୟାପୀ ଅନୁଷ୍ଠିତ ହେଵ l ଏଥିପାଇଁ ଶ୍ରୀ ଜୀଉଙ୍କ ପାରମ୍ପରିକ ଭଉଁରୀ ଯାତ୍ରା ଓ ଗ୍ରାମ ବିଜେ ଉତ୍ସବ ସହିତ ଚାଚେରୀ ଭୋଗ ଲାଗି ପରମ୍ପରାକୁ ସରସ ସୁନ୍ଦର କରିବା ପାଇଁ ଏକ ପ୍ରସ୍ତୁତି ବୈଠକ କଣ୍ଟିଲୋ ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା l ଖଣ୍ଡପଡା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ତହସିଲଦାର ବିଶ୍ୱ ବିସ୍ତୃତ ତ୍ରିପାଠୀଙ୍କ ଆବାହକତ୍ୱ ରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ତହସିଲଦାର ରୀନାରାଣୀ ସ୍ୱାଇଁ ଯୋଗ ଦେଇଥିଲା ବେଳେ ମନ୍ଦିର ପରିଛା ବାସୁଦେବ ମିଶ୍ର,ପୂଜକ ସମାଜ ସଭାପତି ନିହାର ରଞ୍ଜନ ମିଶ୍ର , ସମ୍ପାଦକ ମନୋରଞ୍ଜନ ମିଶ୍ର,ନୀଳମାଧଵ ମିଶ୍ର ଓ ଅନ୍ୟ ସେବାୟତମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଶ୍ରୀ ଜୀଉଙ୍କ ସେବାକାରୀ ଛତିଶ ନିଯୋଗିଆ ଭାଇମାନେ ଏହି ପ୍ରସ୍ତୁତି ବୈଠକରେ ନିଯୋଗୀ ବିମାନ କାନ୍ଧରେ ବହନ କରୁଥିବା ଆପଟ, ଚାପ ଡ଼ଙ୍ଗା ବହୁଥିବ କୈବର୍ତ୍ତ ସମାଜ ସଭ୍ୟ ମାନେ ଆଲୋଚନା ରେ ଭାଗ ନେଇ ସେମାନଙ୍କ ପାରିଶ୍ରମିକ ବୃଦ୍ଧି କରିବାପାଇଁ ଦାବି କରିଥିଲେ l ଆଲୋଚନା ମଧ୍ୟରେ ଚନ୍ଦନ ପୋଖରୀ ଚତୁର୍ପାଶ୍ୱ ସଫେଇ, ପୋଖରୀ ଚାରିପାଖ ଆଲୋକୀ କରଣ, ଛାମୁଣ୍ଡିଆ ସହ ଠାକୁର ମାନେ ବିଜେ ହେଉଥିବା ରାସ୍ତାର ସୌନ୍ଦର୍ଯ୍ୟ ପାଇଁ ପଦକ୍ଷେପ ଗ୍ରହଣ କରିବା ସଙ୍ଗେ ସଙ୍ଗେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ସମସ୍ତ ନିଯୋଗୀ ମାନଙ୍କର ପାରିଶ୍ରମିକ ଚଳିତ ବର୍ଷ ବୃଦ୍ଧି କରାଯିବ ବୋଲି ତହସିଲଦାର ଶ୍ରୀ ତ୍ରିପାଠୀ ସମସ୍ତଙ୍କୁ ସୁଚନା ଦେଇଥିଲେ l ଅପର ପକ୍ଷରେ ନୀଳମାଧଵ ପରିବାର ସଂଘ ସଭ୍ୟ ମାନଙ୍କ ପକ୍ଷରୁ ଏହି ଚନ୍ଦନ ଯାତ୍ରା ପରମ୍ପରା କୁ ସରସ ସୁନ୍ଦର ତଥା ଆକର୍ଷଣୀୟ କରିବା ପାଇଁ ନବ କିଶୋର ବେହେରା ବ୍ୟବସ୍ଥା କରୁଥିବା ଜଣାଇଥିଲେ l ବିଶେଷତଃ ଚନ୍ଦନ ଯାତ୍ରା ତଦାରଖ ତଥା ପରିଚାଳନା ପାଇଁ ନିହାର ରଞ୍ଜନ ମିଶ୍ର, ମନୋରଞ୍ଜନ ମିଶ୍ର, ନୀଳମାଧଵ ମି ପାରିଶ୍ରମିକ ବୃଦ୍ଧି କରିବାପାଇଁ ଦାବି କରିଥିଲେ l ଆଲୋଚନା ମଧ୍ୟରେ ଚନ୍ଦନ ପୋଖରୀ ଚତୁର୍ପାଶ୍ୱ ସଫେଇ, ପୋଖରୀ ଚାରିପାଖ ଆଲୋକୀ କରଣ, ଛାମୁଣ୍ଡିଆ ସହ ଠାକୁର ମାନେ ବିଜେ ହେଉଥିବା ରାସ୍ତାର ସୌନ୍ଦର୍ଯ୍ୟ ପାଇଁ ପଦକ୍ଷେପ ଗ୍ରହଣ କରିବା ସଙ୍ଗେ ସଙ୍ଗେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ସମସ୍ତ ନିଯୋଗୀ ମାନଙ୍କର ପାରିଶ୍ରମିକ ଚଳିତ ବର୍ଷ ବୃଦ୍ଧି କରାଯିବ ବୋଲି ତହସିଲଦାର ଶ୍ରୀ ତ୍ରିପାଠୀ ସମସ୍ତଙ୍କୁ ସୁଚନା ଦେଇଥିଲେ l ଅପର ପକ୍ଷରେ ନୀଳମାଧଵ ପରିବାର ସଂଘ ସଭ୍ୟ ମାନଙ୍କ ପକ୍ଷରୁ ଏହି ଚନ୍ଦନ ଯାତ୍ରା ପରମ୍ପରା କୁ ସରସ ସୁନ୍ଦର ତଥା ଆକର୍ଷଣୀୟ କରିବା ପାଇଁ ନବ କିଶୋର ବେହେରା ବ୍ୟବସ୍ଥା କରୁଥିବା ଜଣାଇଥିଲେ l ବିଶେଷତଃ ଚନ୍ଦନ ଯାତ୍ରା ତଦାରଖ ତଥା ପରିଚାଳନା ପାଇଁ ନିହାର ରଞ୍ଜନ ମିଶ୍ର, ମନୋରଞ୍ଜନ ମିଶ୍ର, ନୀଳମାଧଵ ମିଶ୍ର, ପ୍ରକାଶ ନାୟକ, ଶତ୍ରୁଘନ ବେହେରା, ଶୁଭ୍ରାଂଶୁ ମହାରଣା ଓ ମାଧବ ମହାରଣା ଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା l ଉଲ୍ଲେଖ ଯୋଗ୍ୟ, ବିଗତ ଆଠ ବର୍ଷ ହେଲା ମନ୍ଦିର ପରିଚାଳନା ପାଇଁ ପରାମର୍ଶ ଦାତା କମିଟି ନଥିବାବେଳେ ଇତିମଧ୍ୟରେ ନୂତନ ପରାମର୍ଶ ଦାତା କମିଟି ଗଠନ କରାଯାଇ ଦେବୋତ୍ତର କମିଶନର ଙ୍କ ମଞ୍ଜୁରୀ ଲାଭ କରିଛି ବୋଲି ତହସିଲଦାର ଶ୍ରୀ ତ୍ରିପାଠୀ ଏହି ସଭାରେ ଘୋଷଣା କରି ସମସ୍ତଙ୍କ ସହଯୋଗ କାମନା କରି ଧନ୍ୟବାଦ ଦେଇଥିଲେ l ………………….