ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଭାରତୀୟ ରେଳବାଇର ଜଣେ ବରିଷ୍ଠ ଅଧିକାରୀ ତଥା ଭାରତୀୟ ରେଳବାଇ ବୈଦ୍ୟୁତିକ ଇଞ୍ଜିନିୟରିଂ ସେବା (IRSEE) ର ସଦସ୍ୟ ଶ୍ରୀ ପି.କେ. ବେହେରାଙ୍କୁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ (DRM) ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।ଶ୍ରୀ ବେହେରା ବର୍ତ୍ତମାନ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) (ADRM/OP) ଭାବେ କାର୍ଯ୍ୟରତ ଅଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ନିଜର ବର୍ତ୍ତମାନର ଦାୟିତ୍ୱ ସହିତ ଖୋର୍ଦ୍ଧା ରୋଡ଼ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍-ଚାର୍ଜ) ଭାବେ କାର୍ଯ୍ୟ ନିର୍ବାହ କରିବେ। ଭାରତୀୟ ରେଳବାଇରେ ଶ୍ରୀ ବେହେରାଙ୍କର ଦୀର୍ଘ ଦିନର ପ୍ରଶାସନିକ ଏବଂ ପରିଚାଳନାଗତ ଅଭିଜ୍ଞତା ରହିଛି। ପୂର୍ବତଟ ରେଳପଥର ଏହି ଗୁରୁତ୍ୱପୂର୍ଣ୍ଣ ମଣ୍ଡଳର ସମସ୍ତ କାର୍ଯ୍ୟ ଏହା ଦ୍ୱାରା ଅଧିକ ତ୍ୱରାନ୍ୱିତ ହୋଇପାରିବ