ଲକ୍ଷ୍ମୀ ମନ୍ଦିରରେ ରତ୍ନମୁଦ ଉତ୍ସବ ଅବସରରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଉଦଯାପିତ


ବାଲିଗୁଡା,୧୭/୩ : ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ମହାସିଙ୍ଗି ଗ୍ରାମରେ ଥିବା ଲକ୍ଷ୍ମୀ ମନ୍ଦିରରେ ରତ୍ନମୁଦ ଉତ୍ସବ ଅବସରରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଭକ୍ତିମୟ ପରିବେଶରେ ତିନି ଦିନ ଧରି ଅନୁଷ୍ଠିତ ହୋଇ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି।ମହାସିଙ୍ଗି ଗ୍ରାମ୍ୟ କମିଟିର ତତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ପ୍ରଥମେ କଳସ ଯାତ୍ରା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ପରେ ତିନି ଦିନ ଧରି ନାମ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ, ଗୋ ପୂଜା ଓ ସୂର୍ଯ୍ୟ ପୂଜା ଭଳି ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା।ମହାସିଙ୍ଗି ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟ୍ଟଖଣ୍ଡାଙ୍କ ନିକଟରେ ପୂଜାର୍ଚ୍ଚନା

ଲକ୍ଷ୍ମୀ ମନ୍ଦିରରେ ରତ୍ନମୁଦ ଉତ୍ସବ ଅବସରରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଉଦଯାପିତ

ପରେ ଲକ୍ଷ୍ମୀ ମନ୍ଦିରରେ ରତ୍ନମୁଦ ଉତ୍ସବ ଓ ନାମ ଯଜ୍ଞ ଆଡମ୍ବର ସହ ପାଳିତ ହୋଇଥିଲା। ଏହି ଉତ୍ସବରେ ଆଖପାଖ ଅଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।ଏହି ଅବସରରେ ସମାଜସେବୀ ତଥା ବିଜେଡି ନେତା ଟୁନା ଦାସ, କ.ନୂଆଗାଁ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ଧବଳେଶ୍ୱର ପାତ୍ର, ବାଲିଗୁଡା ବ୍ଲକ ବିଜେଡି ସଭାପତି ଅବନୀ କାନ୍ତ ନାୟକ ଓ ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶିମାଝି ଆଦି ଉପସ୍ଥିତ ରହି ମା’ଙ୍କ ସାନିଧ୍ୟ୍ୟ ଲାଭ କରିଥିଲେ।

You might also like
error: Content is protected !!