ଓଡିଶା ସେବାନିବୃତ୍ତ ସାଧାରଣ ସମ୍ମିଳନୀରେ ଗଞ୍ଜାମର ପ୍ରତିନିଧିଙ୍କ ଅଂଶ ଗ୍ରହଣ,ସଂଗଠନକୁ ସୁଦୃଢ କରିବା ପାଇଁ ପରାମର୍ଶ

ବ୍ରହ୍ମପୁର,(ବିଚିତ୍ର ସାହୁ):-

ଓଡିଶା ସେବାନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚର ଷୋଡଶ ସାଧାରଣ ଅଧିବେଶନ ରାଜ୍ୟ ସଭାପତି ଶରତ ଚନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଭୁବନେଶ୍ୱର ଗୀତଗୋବିନ୍ଦ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ସାଧାରଣ ସମ୍ପାଦକ ଲୋକନାଥ ରଥ ବିଭିନ୍ନ ସମସ୍ୟା ଉପରେ ବିବରଣୀ ପ୍ରଦାନ କରିଥିଲେ l କାର୍ଯ୍ୟକାରୀ ସଭାପତି ଡ଼ଃ ଅମୀୟ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ l ଏହି ଅଧିବେଶନରେ ରାଜ୍ୟର ବିଭିନ୍ନ ଅଂଚଳରୁ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ଯୋଗଦେଇ ବିଭିନ୍ନ ପ୍ରସ୍ତାବ ଦେଇଥିଲେ l ଗଞ୍ଜାମରୁ ନିଖିଳ ଓଡିଶା ଶିକ୍ଷକ ମହାସଙ୍ଘର ଅଧ୍ୟକ୍ଷ କାମରାଜୂ ମହାରଣା ଅଂଶ ଗ୍ରହଣ କରି କେନ୍ଦ୍ର ସରକାରଙ୍କ ପେନସେନର୍ସ ବିରୋଧୀ ଭ୍ୟାଲିଡେସନ ବିଲ 2025 କୁ ପ୍ରତ୍ୟାହାର ପାଇଁ ଓଡ଼ିଶାର ସମସ୍ତ ସାଂସଦ, ବିଧାୟକଙ୍କୁ ଭେଟି, ଦାବିପତ୍ର ଦେଇ ସେମାନଙ୍କୁ ଅବଗତ କରାଇବା ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ସଂଗଠନର କାର୍ଯ୍ୟକ୍ରମକୁ ଗଣମାଧ୍ୟମ ଜରିଆରେ ଲୋକ ଲୋଚନକୁ ଆଣିବା ତଥା ଅନ୍ୟାନ୍ୟ ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ପାଇଁ ପ୍ରସ୍ତାବ ଦେଇଥିଲେ l ରାଜ୍ୟ ସମ୍ପାଦକ ଶ୍ୟାମସୁନ୍ଦର ଖାଡ଼ଙ୍ଗା ସଂଗଠନକୁ ସୁଦୂର ପ୍ରସାରି କରିବା ପାଇଁ ତୃଣମୂଳ ସ୍ତରରୁ ସାଙ୍ଗଠନିକ କାର୍ଯ୍ୟକ୍ରମ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଦେଶର ଅନ୍ୟାନ୍ୟ ରାଜ୍ୟରେ ପେନସନର୍ସ ମାନେ ପାଉଥିବା ସୁବିଧା ସୁଯୋଗ ଉପରେ ଆଲୋକ ପାତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଓଷ୍ଟା ଗଞ୍ଜାମ ଜିଲ୍ଲା ସଭାପତି ସନ୍ତୋଷ କୁମାର ଜେନା, ସେବାନିବୃତ୍ତ ବିକାଶ ମଞ୍ଚର ସଭାପତି ପ୍ରଦୀପ କୁମାର ସାହୁ, ସମ୍ପାଦକ ଅଶୋକ କୁମାର ଦଳେଇ, ଏଲୋଷ୍ଟାର ରାଜ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା,କାର୍ଯ୍ୟକାରୀ ସଦସ୍ୟ ବିଭୁତି ଭୂଷଣ ଜେନା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଅର୍ଥ ସମ୍ପାଦକ ଅଜୟ କୁମାର ସାହୁ ଆର୍ଥିକ ବିବରଣୀ ଉପସ୍ଥାପନ କରିଥିଲେ l

You might also like
error: Content is protected !!