ବାଲିଗୁଡା ଥାନାରେ ପ୍ରୋବେସନର ଆଇପିଏସ ଅଧିକାରୀଙ୍କ ଯୋଗଦାନ


ବାଲିଗୁଡା: ୧୨/୦୩ ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲାର ବାଲିଗୁଡା ଥାନାରେ ୨୦୨୪ ବ୍ୟାଚର ପ୍ରୋବେସନର ଆଇପିଏସ ଅଧିକାରୀ କେ. ଶ୍ରୀନିବାସୁଲୁ ନୂତନ ଭାବେ ଯୋଗଦାନ କରି ଦାୟିତ୍ୱ ଗ୍ରହଣ କରିଛନ୍ତି। ଆନ୍ଧ୍ର ପ୍ରଦେଶର କଡପା ଜିଲ୍ଲା ନିବାସୀ ଶ୍ରୀନିବାସୁଲୁ କ୍ଷେତ୍ର ତାଲିମର ଅଂଶ ଭାବରେ ଆଗାମୀ ତିନି ମାସ ପାଇଁ ବାଲିଗୁଡା ପୋଲିସ ଷ୍ଟେସନରେ ନିଯୁକ୍ତ ହୋଇଛନ୍ତି। ଏହି ସମୟରେ ବର୍ତ୍ତମାନର ଥାନା ଅଧିକାରୀ ମଧ୍ୟ ଥାନାରେ କାର୍ଯ୍ୟରତ ରହିବେ।ଶ୍ରୀନିବାସୁଲୁ କମ୍ପ୍ୟୁଟର ସାଇନ୍ସରେ ବି.ଟେକ୍ ଶିକ୍ଷା ସମାପ୍ତ କରିଥିବା ବେଳେ ସେ ନିଜ ଦାୟିତ୍ୱ ଗ୍ରହଣ ପରେ କହିଛନ୍ତି ଯେ, ବାଲିଗୁଡା ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳାକୁ ସୁଦୃଢ଼ କରିବା ପାଇଁ ପୋଲିସ ପେଟ୍ରୋଲିଙ୍ଗକୁ କଡ଼ାକଡ଼ି କରାଯିବ। ସେଥିପାଇଁ ମଦୁଆ ଓ ଜୁଆ ଆସର, ଏବଂ ଗଞ୍ଜେଇ ମାଫିଆଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବ। ସେହିପରି ଥାନାକୁ ଆସୁଥିବା ସାଧାରଣ ଲୋକେ କିପରି ଶୀଘ୍ର ଓ ଉଚିତ ନ୍ୟାୟ ପାଇପାରିବେ ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ସେ ଜଣାଇଛନ୍ତି।

Smart Computer Ad
You might also like
error: Content is protected !!