ପ୍ରଥମ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା: ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା


ବାଲିଗୁଡା, ତା.୧୦/୦୩ ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ଚୈତ୍ର ମାସର ପ୍ରଥମ ମଙ୍ଗଳବାର ଯାତ୍ରା ଭକ୍ତିମୟ ପରିବେଶ ମଧ୍ୟରେ ଆରମ୍ଭ ହୋଇଯାଇଛି। ଏହି ଅବସରରେ ମା’ ପାଟଖଣ୍ଡା ମନ୍ଦାର ମାଳିନୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ।ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ପ୍ରତ୍ୟୁଷରୁ ମନ୍ଦିର ପରିସରରେ ଭକ୍ତମାନଙ୍କ ଭିଡ଼ ଲାଗି ରହିଥିଲା। କନ୍ଧମାଳ ଜିଲ୍ଲା ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ଭକ୍ତ ମା’ଙ୍କ ଦର୍ଶନ କରି ତାଙ୍କର ଆଶୀର୍ବାଦ ଲାଭ କରିଥିଲେ। ମନ୍ଦିରରେ ପ୍ରତ୍ୟୁଷରୁ ରୀତିନୀତି ଓ ନିୟମ ଅନୁଯାୟୀ

ପ୍ରଥମ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା: ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା

ପୂଜାର୍ଚ୍ଚନା ହୋଇଥିବା ପରେ ମା’ଙ୍କ ମନ୍ଦାର ମାଳିନୀ ବେଶ ଭକ୍ତମାନଙ୍କୁ ଦର୍ଶନ ପାଇଁ ଖୋଲାଯାଇଥିଲା।ଏହି ଯାତ୍ରା ଅବସରରେ କିଛି ଭକ୍ତମାନେ ନିଜ ଶିଶୁମାନଙ୍କର ଚୁଟି ମଣ୍ଡନ କରାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଭକ୍ତମାନେ ଶୃଙ୍ଖଳିତ ଭାବରେ ମା’ଙ୍କ ଦର୍ଶନ କରି ପ୍ରସାଦ ଗ୍ରହଣ କରିଥିଲେ।ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭକ୍ତମାନଙ୍କ ପାଇଁ ପ୍ରସାଦ ସହ ପଣା ବଣ୍ଟନ କରାଯାଇଥିଲା। ଏହି ଯାତ୍ରାକୁ ସୁଚାରୁ ଭାବେ ପରିଚାଳନା ପାଇଁ କମିଟିର ସଦସ୍ୟମାନେ ଓ ପୂଜକମାନେ ସକ୍ରିୟ ଭାବେ ସହଯୋଗ କରିଥିଲେ।

Smart Computer Ad
You might also like
error: Content is protected !!