ବିପୁଳ ପରିମାଣର ଗଞ୍ଜେଇ ସହ ସ୍କର୍ପିଓ ଜବତ


ବାଲିଗୁଡା, ୦୮/୦୩ ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଅଞ୍ଚଳରେ ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିବା ସୂଚନା ମିଳିଛି। ଟିକାବାଲି ଥାନା ଅଧୀନ ଚକାପାଦ ରୋଡ୍‌ର ପୀତାଦେଇ ଛକ ନିକଟରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ ଧଳା ରଙ୍ଗର ସ୍କର୍ପିଓ ଗାଡ଼ିକୁ ସନ୍ଦେହବଶତଃ ଅଟକାଇ ଯାଞ୍ଚ କରାଯାଇଥିଲା।ଯାଞ୍ଚ ସମୟରେ ଗାଡ଼ି ଭିତରୁ ପ୍ରାୟ ୧୪୯ କିଲୋ ୩୨୦ ଗ୍ରାମ ଗଞ୍ଜେଇ ମିଳିଥିବା ପୋଲିସ ସୂଚନା ଦେଇଛି। ଏହାପରେ ପୋଲିସ ଗଞ୍ଜେଇ ସହ ଗାଡ଼ିକୁ ଜବତ କରିଥିଲା।ଏହି ଘଟଣା ସମ୍ପର୍କରେ ଟିକାବାଲି ଥାନାରେ କେସ୍ ନଂ ୫୭/୨୬ ରେ NDPS ଆକ୍ଟର ଧାରା ୨୦(b)(ii)(C)/୨୫/୨୯ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଗଞ୍ଜେଇ ଚୋରାଚାଲାନ ସହ ଜଡିତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

Smart Computer Ad
You might also like
error: Content is protected !!