ବ୍ରହ୍ମପୁର,(ବିଚିତ୍ର ସାହୁ):-
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରୋଟାରୀ କ୍ଲଵ ଅଫ ବ୍ରହ୍ମପୁର ଇଷ୍ଟ ଓ ଇନର ହ୍ୱୀଲ କ୍ଲଵ କ୍ଲଵ ଅଫ ବ୍ରହ୍ମପୁର ଇଷ୍ଟର ମିଳିତ ଆନୁକୂଲ୍ୟରେ ଧର୍ମନଗର ସ୍ଥିତ ରୋଟାରୀ କମ୍ୟୁନିଟି ହଲରେ ମହିଳା ଦିବସ ପାଳନ କରାଯାଇଛି l ରୋଟାରୀ ଈଷ୍ଟର ସଭାପତି ଡ଼ଃ ପ୍ରଦୀପ୍ତ କୁମାର ପଟନାୟକଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଏହି ସମାବେଶରେ ଇନର ହ୍ୱିଲ କ୍ଳବର ସଭାନେତ୍ରୀ ଅନ୍ନପୂର୍ଣ୍ଣା ବେହେରା ପ୍ରାରମ୍ବିକ ସୂଚନା ଦେଇଥିଲେ ଲ କ୍ଳବର ପୂର୍ବତନ ସଭାପତି କାମରଜୁ ମହାରଣା ମହିଳା ଦିବସରେ ମହିଳା ମାନଙ୍କ ବିଭିନ୍ନ ରୂପ ଏବଂ କର୍ତ୍ତବ୍ୟ ଉପରେ ଉଦବୋଧନ ଦେଇ ଏକ କବିତା ପାଠ କରିଥିଲେ ଲ ପୂର୍ବତନ ସଭାପତି ଗଦାଧର ରାଉଳ, ଆଗାମୀ ବର୍ଷର ସଭାପତି ଆଡ଼ଭୋକେଟ ହୃଷିକେଶ ପ୍ରଧାନ ପ୍ରମୁଖ ମହିଳା ଦିବସର ତତ୍ପର୍ଯ୍ୟ ଉପରେ ବକ୍ତବ୍ୟ ରଖିଥିଲେ l ଇନର ହ୍ଵିଲର ପୂର୍ବତନ ସଭାନେତ୍ରୀ ଡିମ୍ପଲ ସିଂ ଲିଙ୍ଗ ଭେଦରେ ଭାରତ 108 ସ୍ଥାନରେ ଅଛି l ତେଣୁ ନାରୀ ଶାସକ୍ତିକରଣରେ ଭାରତର ସ୍ଥାନକୁ ଉଠାଇବାକୁ ହେଲେ ଉଭୟ ପୁରୁଷ ଓ ନାରୀ ଚେଷ୍ଟା କରିବାକୁ ହେବ lଏହି ଅବସରରେ ନାରୀ ସଶକ୍ତିକାରଣରେ ଉଲ୍ଲେଖନିୟ ଅବଦାନ ପାଇଁ ଡ଼ଃ ଡିମ୍ପଲ ସିଂ, ଡ଼ଃ ସରିତା ବେଗ୍ରାୟ,କଳାଞ୍ଜଳି ନୃତ୍ୟନୁଷ୍ଠାନର ପ୍ରତିଷ୍ଠାତ୍ରୀ ରାମେଶ୍ୱରୀ ନନ୍ଦ, ପ୍ରଣତି ପାଢ଼ୀ, ମମତା ପାଢ଼ୀ,ଅଳକା ସାହୁ ଙ୍କୁ ରୋଟାରୀ ଇଷ୍ଟ ଏବଂ ଇନର ହ୍ୱିଲ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ପୂର୍ଵତନ ସଭାପତି ନାରସୁ ଜେନା, ଅଜିତ ପୃଷ୍ଟି, ପ୍ରଦୀପ କୁମାର ପଣ୍ଡା, ରାଜେଶ ପୃଷ୍ଟି, ପିତାମ୍ବର ପାତ୍ର,ସମ୍ପାଦିକା ସସ୍ମିତା ଚୌଧୁରୀ, ସବିତା ପଟ୍ଟନାୟକ, ଇ. କନ୍ୟାକୁମାରୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଇଷ୍ଟର ସମ୍ପାଦକ ଅଶ୍ୱିନୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l