ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନତା

ବାଲିଗୁଡା, ୦୮/୦୩ : ସୁକାନ୍ତ କୁମାର ତ୍ରିପାଠୀ

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ସିର୍ତ୍ତିଗୁଡା ଗ୍ରାମ ପଞ୍ଚାୟତର ବିଭିନ୍ନ ଉପାନ୍ତ ଅଞ୍ଚଳରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମଟି କ.ନୂଆଗାଁ ବ୍ଲକର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ହାର୍ଟ ର ସମ୍ପାଦକ ପ୍ରମୋଦ କୁମାର ଦାସଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିଲା। ବାଲିଗୁଡାସ୍ଥିତ କନ୍ଧମାଳ କଳା ବିକାଶ କେନ୍ଦ୍ରର କଳାକାରମାନେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକମାନଙ୍କୁ ଲିଙ୍ଗ ସମାନତା, ବାଲ୍ୟ ବିବାହ

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନତାଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନତାଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନତାଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନତା

ରୋକଥାମ ଏବଂ ଅନ୍ଧବିଶ୍ୱାସ ନିରାକରଣ ବିଷୟରେ ସଚେତନ କରିଥିଲେ।ନାଟକ ମାଧ୍ୟମରେ ସମାଜରେ ମହିଳାଙ୍କ ଅଧିକାର, ସମାନ ସମ୍ମାନ ଓ ସୁରକ୍ଷା ବିଷୟରେ ସନ୍ଦେଶ ପ୍ରଦାନ କରାଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଅଞ୍ଚଳର ବହୁ ସଂଖ୍ୟକ ମହିଳା ଓ ସ୍ଥାନୀୟ ଲୋକମାନେ ଯୋଗଦେଇଥିଲେ।ସମାଜରେ ମହିଳା ସଶକ୍ତିକରଣ ଓ ସଚେତନତା ବୃଦ୍ଧି ପାଇଁ ଏପରି କାର୍ଯ୍ୟକ୍ରମ ଭବିଷ୍ୟତରେ ମଧ୍ୟ ଆୟୋଜନ କରାଯିବ ବୋଲି ଆୟୋଜକମାନେ କହିଥିଲେ।

You might also like
error: Content is protected !!