ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ରେ, ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ

ବାଲିଗୁଡା,୦୭/୦୩ : ସୁକାନ୍ତ କୁମାର ତ୍ରିପାଠୀ

ରାଜ୍ୟ ବାର୍ କାଉନସିଲଙ୍କ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡା ଓକିଲ ସଂଘର ୨୦୨୬–୨୭ ବର୍ଷ ପାଇଁ କର୍ମକର୍ତ୍ତା ଓ କାର୍ଯକାରୀ କମିଟି ନିର୍ବାଚନ ଆସନ୍ତା ମାର୍ଚ୍ଚ ୨୮ ତାରିଖରେ ଅନୁଷ୍ଠିତ ହେବ। ଏହି ନିର୍ବାଚନ ପାଇଁ ଶନିବାରଠାରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ ଦାୟିତ୍ୱ ନିଭାଉଛନ୍ତି।ପ୍ରାର୍ଥୀପତ୍ର ଦାଖଲର ପ୍ରଥମ ଦିନରେ ସନ୍ଧ୍ୟା ସୁଦ୍ଧା ସଭାପତି ପଦବୀ ପାଇଁ ଲମ୍ବୋଦର ପଣ୍ଡା, ଉପସଭାପତି ପଦବୀ ପାଇଁ ରାମଚନ୍ଦ୍ର ସିଂ ପାତ୍ର, ସମ୍ପାଦକ ପଦବୀ ପାଇଁ ଅନିଲ କୁମାର

ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ରେ, ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ

ଦାସ, ସହ ସମ୍ପାଦକ ପଦବୀ ପାଇଁ ନୀଳାଦ୍ରି କେଶରୀ ସାହାଣୀ ଏବଂ କୋଷାଧକ୍ଷ ପଦବୀ ପାଇଁ ମାନସ ରଞ୍ଜନ ପଣ୍ଡା ପ୍ରମୁଖ ପ୍ରାର୍ଥୀମାନେ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।ପ୍ରାର୍ଥୀପତ୍ର ଦାଖଲର ଶେଷ ସମୟସୀମା ସୋମବାର ଅପରାହ୍ନ ୩ଟା ପର୍ଯ୍ୟନ୍ତ ରହିଛି। ଆସନ୍ତା ବୁଧବାର ପ୍ରାର୍ଥୀପତ୍ରଗୁଡ଼ିକର ଯାଞ୍ଚ କରାଯିବ ଏବଂ ଗୁରୁବାର ଯୋଗ୍ୟ ପ୍ରାର୍ଥୀମାନଙ୍କର ତାଲିକା ପ୍ରକାଶିତ ହେବ। କୌଣସି ପ୍ରାର୍ଥୀ ଚାହିଁଲେ ଶୁକ୍ରବାର ଦିନ ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ। ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଆସନ୍ତା ଶନିବାର ପ୍ରକାଶ ପାଇବ।ଆସନ୍ତା ମାର୍ଚ୍ଚ

ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ରେ, ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ

୨୮ ତାରିଖ ସକାଳ ୭ଟା ୩୦ ମିନିଟ୍‌ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ହେବ। ପରେ ଅପରାହ୍ନ ୪ଟା ପରେ ଭୋଟଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ସୁବ୍ରତ ପ୍ରଧାନ ସୂଚନା ଦେଇଛନ୍ତି।

You might also like
error: Content is protected !!