ବାଇକ ବୋଲେରୋ ମୁହାଁମୁହିଁ ଧକ୍କା, ବାଇକ ଚାଳକଙ୍କ ମୃତ୍ୟୁ

ବାଲିଗୁଡା : ୦୬/୦୩ ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଦଣ୍ଡିମାହା ଗାଁ ନିକଟସ୍ଥ ସିର୍ସିମାହା ଠାରେ ଗୁରୁବାର ଏକ ଦୁଃଖଦ ସଡକ ଦୁର୍ଘଟଣା ଘଟିଛି। ଏକ ବାଇକ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି।ମୃତ ବ୍ୟକ୍ତିଙ୍କ ନାମ ନାନୁ ନାୟକ (୨୨) ବୋଲି ଜଣାପଡ଼ିଛି। ସେ ତିଲୋରୀ ଗ୍ରାମର ବାସିନ୍ଦା ଥିଲେ। ସୂଚନା ଅନୁସାରେ, ଦୁଇଟି ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ନାନୁ ନାୟକ ଗୁରୁତର ଆହତ ହୋଇଥିଲେ।ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ। ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଗୁରୁତର ଅବସ୍ଥାରେ ଦାରିଙ୍ଗବାଡି ଚିକିତ୍ସାଳୟକୁ ନେଇଯାଇଥିଲା। ସେଠାରେ ଡାକ୍ତରମାନେ ଚିକିତ୍ସା କରୁଥିବା ବେଳେ ଶେଷରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।ଏହି ଦୁର୍ଘଟଣାର ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Smart Computer Ad
You might also like
error: Content is protected !!