ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଏକ୍ସଆଇଏମ୍ ବିଶ୍ବବିଦ୍ୟାଳୟ ଭୁବନେଶ୍ବର କ୍ୟାମ୍ପସ ପରିସରରେ ବିଶ୍ବବିଦ୍ୟାଳୟ ସ୍ତରୀୟ ସାଂସ୍କୃତିକ ଉତ୍ସବ ଏକ୍ସପ୍ଲୋଜନ୍ମ ଏକ୍ସ ଜାମ୍ବୋରୀ ୨୦୨୬ ଅନୁଷ୍ଠିତ ହୋଇଯାଇଛି।
ଏହି ଉତ୍ସବରେ ଭାରତର ପ୍ରମୁଖ କଲେଜ୍ ଓ ଶ୍ରେଷ୍ଠ ବି-ସ୍କୁଲ୍ମାନଙ୍କରୁ ୪,୫୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରାଯାଇଥିଲା । ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଯୋଗଦେଇଥିଲେ। ତିନିଦିନିଆ ଉତ୍ସବରେ ସାଂସ୍କୃତିକ ପ୍ରଦର୍ଶନ, ସୃଜନଶୀଳ କଳା, ବ୍ୟବସାୟ ସିମ୍ୟୁଲେସନ୍, ତର୍କ-ବିତର୍କ ଓ ସାମାଜିକ ପଦକ୍ଷେପ ସହିତ ୨୦ରୁ ଅଧିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। “ଇକୋ-ଇଣ୍ଡି” ଧୂମ୍ ଦ୍ବାରା ପ୍ରେରିତ ଏହି ଉତ୍ସବ ସଷ୍ଟେନେବିଲିଟି, ସୃଜନଶୀଳତା ଓ ସଚେତନ ଜୀବନଶୈଳୀକୁ ଉତ୍ସବମୂର୍ତ୍ତି କରିଥିବା ସହ ଅଂଶଗ୍ରାହୀମାନଙ୍କ ମଧ୍ୟରେ ସହଯୋଗ, ପ୍ରତିଭା ଓ ଅନୁଭବାଧାରିତ ଶିକ୍ଷାକୁ ପ୍ରୋତ୍ସାହିତ କରିଥିଲା।ଉତ୍ସବର ପ୍ରଥମ ଦିବସରେ ମୁଖ୍ୟ ଆକର୍ଷଣ ସାଜିଥିଲା ‘ବୁଲୁଆଇ’ (ବିଶ୍ଳେଷଣାତ୍ମକ ଷ୍ଟକ୍-ମାର୍କେଟ ସିମୁଲେସନ), ‘ଧ୍ବନି’ (ମେଲୋଡିକ୍ ସୋଲୋ ଗାୟନ), ‘ଏକ୍ସ-ଶଙ୍ଖ’ (ଚଳଚ୍ଚିତ୍ର ଶୈଳୀର ଗଳ୍ପକଥନ), ‘ବ୍ରଶ୍ ଆଣ୍ଡ ବୋଲ୍ଡ’ (କଳାତ୍ମକ ମ୍ୟୁରାଲ୍ ପ୍ରତିଯୋଗିତା), ‘ଟିଣ୍ଡେଡ୍ ଟେଲ୍ସ’ (ସହଯୋଗୀ କଳା ଅଭିଜ୍ଞତା), ‘ପେହଚାନ୍’ (ସମୁଦାୟ-ପରିଚାଳିତ ପଦକ୍ଷେପ), ଏବଂ ‘ପ୍ରତିରୂପଣ’ (ନବସୃଜନକାରୀ ଷ୍ଟାର୍ଟଅପ୍ ପିତୃ ପ୍ଲାଟଫର୍ମ)। ଦିନଟିର ସମାପ୍ତି ନେକ୍ସସ୍ ୨୦୨୬ ସହ ହୋଇଥିଲା, ଯାହା ଏକ୍ସପ୍ଲୋଳନ୍ସ ଏକ୍ସ ଜାମ୍ବୋରୀର ଔପଚାରିକ ଉଦ୍ଘାଟନୀ କାର୍ଯ୍ୟକ୍ରମ ଥିଲା। ଏହା ଚିନ୍ତଳ, ପ୍ରଦର୍ଶନ ଓ ଦର୍ଶକ ସଂଲଗ୍ନତାର ସଜୀବ ସମନ୍ଵୟ ମାଧ୍ୟମରେ ସମଗ୍ର ଉତ୍ସବର ମାହୋଲ ସୃଷ୍ଟି କରିଥିଲା। ଛାତ୍ରଛାତ୍ରୀମାନଙ୍କ ସାଂସ୍କୃତିକ ପ୍ରଦର୍ଶନମାନଙ୍କୁ ବର୍ଣ୍ଣାଳୀ ହୋତାଙ୍କ ସଜୀବ ସଙ୍ଗୀତ ପ୍ରଦର୍ଶନ ଆହୁରି ଉତ୍ସାହମୟ କରିଦେଇଥିଲା, ଯାହା ସମଗ୍ର କ୍ୟାମ୍ପସ୍ ପରିବେଶକୁ ଭର୍ଜାମୟ କରିଥିଲା। ଏହା ପରେ ସତ୍ୟବ୍ରତ ମହାପାତ୍ରଙ୍କ ଉଦ୍ଘାଟନୀ ପ୍ରଦର୍ଶନ ହୋଇଥିଲା ଏବଂ ପରବର୍ତ୍ତୀରେ ସରୋବ ପନ୍ଙ୍କ ଆକର୍ଷଣୀୟ ଷ୍ଟାଣ୍ଡ-ଅପ୍ ପ୍ରଦର୍ଶନ ତିନିଦିନିଆ ଉତ୍ସବକୁ ଉତ୍ସାହପୂର୍ଣ୍ଣ ଓ ସ୍ମରଣୀୟ ଆରମ୍ଭ ଦେଇଥିଲା ।ଦ୍ବିତୀୟ ଦିନଟି ପ୍ରତିଯୋଗିତାମୂଳକ, ବୌଦ୍ଧିକ ଓ ଅନୁଭବମୂଳକ କାର୍ଯ୍ୟକ୍ରମମାନଙ୍କ ସହ ଆଗେଇ ବଢ଼ିଥିଲା। ଏଥିରେ ‘ବ୍ରାଣ୍ଡଏକ୍ସପେରିମେଣ୍ଟ ‘ (ବିପଣନ କେନ୍ଦ୍ରିତ ଚ୍ୟାଲେଞ୍ଜ), ‘ବିଜୋପୋଲି’ (ରଣନୀତିକ ବ୍ୟବସାୟ ଗେମ୍ପ୍ଲେ), ‘ଶାର୍କ ଟ୍ୟାଙ୍କ’ (ଆଇଡିଆ-ଚାଳିତ ପିଚି), “ଯୁବ ସଂସଦ ୩.୦’ (ତର୍କାମୁକ ସଂସଦୀୟ ସିମ୍ୟୁଲେସନ୍), ‘କ୍ରୋମାଟିକା ‘ (ଲାଇଭ୍ ପୋସ୍ଟର ତିଆରି ଏବଂ କ୍ୟାନ୍ଭାସ୍ କ୍ୟାରି-ଟୋଟ୍), ଏବଂ ‘ଦ ସ୍ପେକ୍ଟ୍ରମ୍ ‘ (ସାହିତ୍ୟ-ସୃଜନଶୀଳ ସମ୍ପୃକ୍ତି) ପରି କାର୍ଯ୍ୟକ୍ରମମାନେ ଆୟୋଜିତ ହୋଇଥିଲେ। ସାଂସ୍କୃତିକ ସନ୍ଧ୍ୟାର ଶୀର୍ଷ ସମୟରେ ଭୀରଙ୍କ ମଞ୍ଚସ୍ଥ ଉର୍ଜାମୟ ସଜୀବ ପ୍ରଦର୍ଶନ ସମଗ୍ର ପରିବେଶକୁ ଉତ୍ସାହିତ କରିଦେଇଥିଲା, ଯେଉଁଥିରେ ଛାତ୍ରଛାତ୍ରୀ ଓ ଅତିଥିମାନେ ସମାନ ଉତ୍ସାହରେ ଅଂଶଗ୍ରହଣ କରିଥିଲେ।ତୃତୀୟ ଦିନଟି ସୁନ୍ଦନଶୀଳ, କୂଟନୀତିମୟ ଓ ଉତ୍ସବମୟ ମନୋଭାବରେ ଉତ୍ସବକୁ ସମାପ୍ତ କରିଥିଲା। ଏଥିରେ ‘ସୃଦ୍ଧା ! (ସହଯୋଗୀ ପ୍ରତିଯୋଗିତା), ‘ଏଲଟୋନିକା’ (ବେସ୍ ପ୍ରତିଯୋଗିତା), ‘ଫୁଟ୍ ଲୁକ୍’ (ଭର୍ଜାମୟ ନୃତ୍ୟ ପ୍ରଦର୍ଶନ) ଏବଂ ଏକ୍ସ.ଆଇ.ଏମ୍.ୟୁ.ଏନ୍ ୬.୦’ (କୂଟନୈତିକ ବିଶ୍ବ ସିମୁଲେସନ୍) ଭଳି କାର୍ଯ୍ୟକ୍ରମମାନେ ଆୟୋଜିତ ହୋଇଥିଲେ। ଏହି ଉତ୍ସବର ଏକ ସ୍ମରଣୀୟ ସମାପ୍ତି ସୂଚକ ଭାବେ, ପ୍ରସିଦ୍ଧ ପ୍ଲେବ୍ୟାକ୍ ଗାୟକ ଜାଭେଦ ଅଲିଙ୍କ ଏକ ଆକର୍ଷଣୀୟ ଲାଇଭ୍ କନସର୍ଟ ପ୍ରଦର୍ଶିତ ହୋଇଥିଲା ।ସଂସ୍କୃତି, ସୃଜନଶୀଳତା, ନେତୃତ୍ୱ ଏବଂ ସହଯୋଗକୁ ଏକ ଗତିଶୀଳ ପ୍ଲାଟଫର୍ମରେ ସମୀକୃତ କରି, ଏକ୍ସପ୍ଲୋଜନ୍ମ ଏକ୍ସ ଜାମ୍ବୋରୀ ୨୦୨୬, ସମଗ୍ର ଛାତ୍ର ବିକାଶ ପ୍ରତି ଏକ୍ସ ଆଇ ଏମ୍ ବିଶ୍ବବିଦ୍ୟାଳୟର ପ୍ରତିବଦ୍ଧତାକୁ ସଫଳତାର ସହ ପ୍ରତିଫଳିତ କରିଥିଲା। ପ୍ରତିଯୋଗିତା ଓ ପ୍ରଦର୍ଶନକୁ ଅତିକ୍ରମ କରି, ଏହି ଉତ୍ସବ କଳାତ୍ମକ ଅଭିବ୍ୟକ୍ତି, ବୌଦ୍ଧିକ ଆଦାନ ପ୍ରଦାନ ଓ ସମୁଦାୟ ସଂଲଗ୍ନତା ପାଇଁ ଏକ ସଜୀବ ପରିବେଶ ସୃଷ୍ଟି କରିଥିଲା। ଏହା ଭିନ୍ନ-ଭିନ୍ନ ସଂସ୍ଥାମାନଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରି ଅଂଶଗ୍ରାହୀମାନଙ୍କୁ ସମୃଦ୍ଧ ଅନୁଭବ ଓ ସ୍ମରଣୀୟ ସ୍ମୃତି ଦେଇଥିଲା। ଉତ୍ସବର ସଫଳ ଆୟୋଜନ ଆୟୋଜନ କମିଟିମାନେ ଓ ଛାତ୍ର ସେବକମାନଙ୍କ ନିଷ୍ଠା, ସୂକ୍ଷ୍ମ ପରିକଳ୍ପଳା ଓ ଅକ୍ଳାନ୍ତ ପ୍ରୟାସର ଏକ ସ୍ପଷ୍ଠ ପ୍ରମାଣ ଥିଲା।