ନୟାଗଡ଼, (ପ୍ରଭାକର ଶିରୋମଣି): ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ କଣ୍ଟିଲୋ ବିଜେ ଶ୍ରୀ ଶ୍ରୀ ନୀଳମାଧଵ ଜୀଉଙ୍କ ବିଜେ ପ୍ରତିମା ଶ୍ରୀ ମଦନ ମୋହନ ଲକ୍ଷ୍ମୀ ସାରସ୍ବତୀଙ୍କ ଗହଣ ରେ ସିଂହ ଦ୍ୱାର ସ୍ଥିତ ଦୋଳ ବେଦୀରେ ପାରମ୍ପରିକ ରୀତିରେମଙ୍ଗଳ ବାର ପ୍ରତ୍ୟୁଷରେ ବିଜେ କରିଥିଲେ l ଚନ୍ଦ୍ରଗ୍ରହଣ ପରିପ୍ରେକ୍ଷୀରେ ଶ୍ରୀ ଜୀଉଙ୍କ ନୀତିରେ କେତେକ ପରିବର୍ତ୍ତନ କରାଯାଇଥିଲେ ମଧ୍ୟ ସଠିକ ସମୟରେ ନୀତି ସମ୍ପନ୍ନ ହୋଇଥିଲା l ଦୋଳବେଦୀ ଉପରେ ଦୋଳଗୋବିନ୍ଦ ଶ୍ରୀ ମଦନ ମୋହନ ଲକ୍ଷ୍ମୀ ସରସ୍ବତୀଙ୍କ ସହିତ ବିଜେ ହୋଇଥିଲେ l ବିଧି ଅନୁସାରେ ଦୋଳ ବେଦୀରେ ଠାକୁରଙ୍କ ସମ୍ମୁଖରେ ଅନନ୍ତ ମୁଖୀ କାର୍ଯ୍ୟକ୍ରମରେ ୧୫ ଜଣ ରୁ ଉର୍ଦ୍ଧ୍ୱ ସେବାୟତ ସମୂହଭାବେ ଶ୍ରୀମଦ ଭାଗବତ ପଠନ କରିଥିଲେ l ଏହି ଅବସରରେ ଯଂଜ୍ଞାଦି କର୍ମ ଚାଲୁ ରହିଥିଲା ବେଳେ ରାତି ପ୍ରାୟ ୯ ଟା ସମୟରେ ମନ୍ଦିର ଜ୍ୟୋତିଷ ସନ୍ତୋଷ କୁମାର ଶିରୋମଣି ଠାକୁରଙ୍କ ସମ୍ମୁଖରେ ଛିଡ଼ାହୋଇ ତାଳପତ୍ରରେ ଲିଖିତ ନୂତନ ପଞ୍ଜିକା ପଠନ କରି ଆଗାମୀ ଦିନର ଶୁଭl ଶୁଭ କହିଥିଲେ l ସମସ୍ତ ବିଧି ସମ୍ପନ୍ନ ହେବା ପରେ ରାତି ପ୍ରାୟ ୧୨ଟାରେ ପ୍ରଭୂ ମନ୍ଦିର କୁ ବିଜେ କରିଥିଲେ l