ସମୂହ ବ୍ରତୋପନୟନ ଅନୁଷ୍ଠିତ      

ନୟାଗଡ଼(ପ୍ରଭାକର ଶିରୋମଣି):-

ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ମନ୍ଦିର ନିକଟରେ ପ୍ରତିଷ୍ଠିତ ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରାଙ୍ଗଣ ରେ ସମୂହ ବ୍ରତୋପନୟନ କାର୍ଯ୍ୟ କ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି l ୨୬ ତମ ସମୂହ ବ୍ରତୋପନୟନ ଅବସରରେ ୧୯ ଜଣ ବ୍ରହ୍ମଚାରୀ ଆଜି ଯଜ୍ଞ ପବିତ ଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପୁରୋହିତ ଭାବରେ ପଣ୍ଡିତ  ରଜନୀ କାନ୍ତ ମିଶ୍ର ଓ ବସନ୍ତ କୁମାର ମିଶ୍ର କାଯ୍ୟକ୍ରମ କୁ ସମ୍ପାଦନ କରିଥିଲା ବେଳେ ସହଯୋଗୀ ଭାବେ ରଜତ କୁମାର ମିଶ୍ର, ( ଲୁନା ) ଶ୍ୟାମା ପ୍ରସାଦ ମିଶ୍ର ଓ ବିଶ୍ୱମ୍ଭର ମିଶ୍ର ଯୋଗ ଦେଇ କାର୍ଯ୍ୟ ନିର୍ବାହ କରିଥିଲେ l କଣ୍ଟିଲୋ ହାଟ ମୁଣ୍ଡ ପାଟଣା ଗୋପାଳ ଚନ୍ଦ୍ର ଅଗ୍ରୱାଲ ଓ ପରିବାର ଙ୍କ ପୃଷ୍ଟ ପୋଷାକତା ରେ ଆୟୋଜିତ ଏହି କାର୍ଯ୍ୟ କ୍ରମରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଆକାଶ ଦାଶ, ଜ୍ୟୋତିର୍ମୟ ନାୟକ, ଶିଶିର କାନ୍ତ ମିଶ୍ର, ଆଶୁତୋଷ ମିଶ୍ର, ସୁଧାକର ମିଶ୍ର, ଶ୍ରୀତମ ଦାଶ, ଶୁଭମ ଦାଶ, ଦେବୀ ପ୍ରକାଶ ଦାଶ., ଦେବାଶିଷ ଦାଶ, ଅରୁଣ କୁମାର ମିଶ୍ର, ପ୍ରଶାନ୍ତ କୁମାର ଦାଶ., ସୌମ୍ୟ ରଞ୍ଜନ ଦାଶ , ସୂର୍ଯ୍ୟମଣୀ ଦାଶ,ଓମ ପ୍ରକାଶ ପଣ୍ଡା, ଆଦିତ୍ୟ କୁମାର ନାୟକ ଓମ ପ୍ରକାଶ ନାୟକ ଓ ବିକାଶ କୁମାର ଭରଦ୍ୱାଜ  ବଟୁ ଗ୍ରହଣ କରି ସମାଜ ସଂସ୍କାର କରିବା ପାଇଁ ସଂକଳ୍ପ କରିଥିଲେ l ନୂତନ ବ୍ରହ୍ମଚାରୀ ମାନେ ରୁଷିଆଣୀ ରେ କଣ୍ଟିଲୋ ଗ୍ରାମ ପରିକ୍ରମା କରି ଶ୍ରୀ ନୀଳମାଧଵ ମନ୍ଦିର ସିଂହ ଦ୍ୱାର ଠାରେ ସଂକଳ୍ପ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଲକ୍ଷ୍ମୀଧର ଚିନରା ହେମନ୍ତ କୁମାର ସେଠି, ପିନାକୀ ଅଗ୍ରୱାଲ, ସନ୍ତୋଷ କୁମାର ଅଗ୍ରୱାଲ,କୃଷ୍ଣ ଚନ୍ଦ୍ର ସାହୁ,ରମାକାନ୍ତ ସାହୁ, ଜୟ କୃଷ୍ଣ ବେହେରା,ନବକିଶୋର ବେହେରା  ଓ ସାଥିମାନେ ପରିଚାଳନା କରିଥିଲେ l

Smart Computer Ad
You might also like
error: Content is protected !!