ବାଲିଗୁଡା,୨୮/୦୨: ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲାର ବାଲିଗୁଡା ସ୍ଥିତ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ପକ୍ଷରୁ ଅଧ୍ୟକ୍ଷ ଡ଼ଃ ବିଭୂତି ଭୂଷଣ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ ପାଠଚକ୍ର ଆୟୋଜିତ ହୋଇଥିଲା। ବିଭାଗୀୟ ମୁଖ୍ୟ ଶ୍ରୀ ସରୋଜ କୁମାର ପାଠୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ପାଠଚକ୍ରର ବିଷୟ ଥିଲା “ବାଣିଜ୍ୟରେ କୃତ୍ରିମ ବୁଦ୍ଧିମତ୍ତାର ଗ୍ରହଣ: ଆହ୍ୱାନ ଓ ସୁଯୋଗ”।ଷଷ୍ଠ ସେମିଷ୍ଟାରର ଛାତ୍ର ଅଭିଷେକ ବଳିୟାର ସିଂ ଓ ମୃତ୍ୟୁଞ୍ଜୟ ଦଣ୍ଡସେନ ଉକ୍ତ ତଥ୍ୟବହୁଳ ପ୍ରବନ୍ଧ ପାଠ କରିଥିଲେ। ସେମାନେ ବାଣିଜ୍ୟ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା (AI) ର ବ୍ୟବହାର, ତାହାର ପ୍ରଭାବ, ଏବଂ ଭବିଷ୍ୟତ ଅବସର ସମ୍ବନ୍ଧରେ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମରେ

ଡ଼ଃ ସୁଶାନ୍ତ କୁମାର ଦାସ (NAAC ସଂଯୋଜକ), ଶ୍ରୀ ହିମାଂଶୁ ଚରଣ ସାହୁ (ଆନ୍ତରୀଣ ଗୁଣବତ୍ତା ସଂଯୋଜକ), ଶ୍ରୀ ସୁରେଶ କୁମାର ଦାସ (ଅବସରପ୍ରାପ୍ତ ପ୍ରଧ୍ୟାପକ) ଓ ଶ୍ରୀ ତାପସ କୁମାର ବାରିକ ଉପସ୍ଥିତ ରହି ସାମ୍ପ୍ରତିକ ପରିପ୍ରେକ୍ଷ୍ୟରେ AI ର ଗୁରୁତ୍ୱ ଉପରେ ନିଜମତ ପ୍ରକାଶ କରିଥିଲେ।ପାଠଚକ୍ରରେ ଛାତ୍ରଛାତ୍ରୀମାନେ ସକ୍ରିୟ ଭାଗ ନେଇ ପ୍ରଶ୍ନୋତ୍ତର ପର୍ବକୁ ସାର୍ଥକ କରିଥିଲେ। ଶେଷରେ ଅଧ୍ୟାପିକା ଶୁଭସ୍ମିତା ପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ।
