ବାଲିଗୁଡା, ୨୫/୦୨: ସୁକାନ୍ତ କୁମାର ତ୍ରିପାଠୀ
ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ନୂତନ ବ୍ଲକ କମିଟି ଗଠନ କରାଯାଇଛି। ଜିଲ୍ଲା ସ୍ତରୀୟ ନେତୃତ୍ୱର ଉପସ୍ଥିତିରେ ଆସନ୍ଧା ତିନି ବର୍ଷ ପାଇଁ ଓଷ୍ଟାର ନୀତି-ନିୟମ ଅନୁସାରେ ଏହି କମିଟିର ନିର୍ବାଚନ ସମ୍ପନ୍ନ ହୋଇଥିଲା।କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଚତୁର୍ଭୁଜ ରାଉତ, ଜିଲ୍ଲା ସଂପାଦକ ରଞ୍ଜନ କୁମାର ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗଣେଶ୍ବର ଦଳାଇ ଓ ଜିଲ୍ଲା କମିଟି ସଦସ୍ୟ ପ୍ରଦ୍ୟୁମ୍ନ କୁମାର ଜେନା ଅତିଥି ଭାବେ ଯୋଗଦେଇଥିଲେ।ନୂତନ କମିଟିରେ ବି. ଦୁର୍ଯ୍ୟୋଧନ ରେଡ଼ି ସଭାପତି, ବନ ବିହାରୀ ସୁବୁଦ୍ଧି ଉପ-ସଭାପତି, ସଂଯୁକ୍ତା ବିଶ୍ୱାଳ ମହିଳା ଉପ-ସଭାପତି, ଅବଦୁଲ ଗଫୁର ଖାଁ ସଂପାଦକ, ସତ୍ୟ ନାରାୟଣ ବେହୁରା ସହ-ସଂପାଦକ, ଉଷାରାଣୀ ଶତପଥୀ ମହିଳା ସହ-ସଂପାଦକ, ପ୍ରକାଶ ରଥ ଜିଲ୍ଲା କମିଟି ସଦସ୍ୟ ଓ ମନୋରଞ୍ଜନ ପ୍ରଧାନ ରାଜ୍ୟ କମିଟି ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।ବ୍ଲକର ଶତାଧିକ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିବା ଏହି କାର୍ଯ୍ୟକ୍ରମରେ ନୂତନ କର୍ମକର୍ତ୍ତାମାନଙ୍କୁ ସଂଗ୍ରାମୀ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ବିଦାୟୀ କମିଟି ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଯାଇଥିଲା।କାର୍ଯ୍ୟକ୍ରମର ଶେଷରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗଣେଶ୍ବର ଦଳାଇ ନୂତନ କମିଟିକୁ ଶପଥ ପାଠ କରାଇଥିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଶିକ୍ଷକମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।