ବାଲିଗୁଡ଼ା, ୨୨/୦୨: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳରେ “ବିପଦର ବନ୍ଧୁ” ନାମକ ଏକ ସ୍ଵେଛାସେବୀ ଅନୁଷ୍ଠାନ ପକ୍ଷରୁ ଦେୟମୁକ୍ତ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ନିୟମିତ ଭାବେ ଜାରି ରହିଛି। ୨୦୨୬ ମସିହା ଫେବୃୟାରୀ ୨୨ ତାରିଖରେ ମଧ୍ୟ ପୂର୍ବବତ୍ ଭାବେ ଆବଶ୍ୟକତାମନ୍ଦଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା।ଏହା କେବଳ ଆଜିର କଥା ନୁହେଁ, ଅନେକ ବର୍ଷ ଧରି ଏହି ସେବା କାର୍ଯ୍ୟ ବାଲିଗୁଡ଼ା ଅଞ୍ଚଳରେ ଚାଲିଆସୁଛି। ବିଶେଷକରି ପ୍ରତିମାସର ଶେଷ ରବିବାର ଦୋକାନ ବଜାର ବନ୍ଦ ରହୁଥିବାରୁ ବହୁ ଯାତ୍ରୀ ଓ


ଅସହାୟ ଲୋକମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି “ବିପଦର ବନ୍ଧୁ” ସଂଗଠନ ପକ୍ଷରୁ ନିରନ୍ତର ଭାବେ ମାଗଣା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।ସ୍ଥାନୀୟ ଲୋକମାନେ ସଂଗଠନର ଏହି ମାନବିକ ପଦକ୍ଷେପକୁ ସ୍ୱାଗତ କରିଥିବାବେଳେ, ଏପରି ସେବାମୂଳକ କାର୍ଯ୍ୟ ଆଗାମୀଦିନରେ ମଧ୍ୟ ଜାରି ରହିବ ବୋଲି ଆଶା ବ୍ୟକ୍ତ କରାଯାଇଛି ।