ଚୈତନ୍ୟପୁର, ଜଗନ୍ନାଥ ନାୟକ: ଦିବ୍ୟ ଆତ୍ମନ,ଧନ୍ ନିରଙ୍କାର ଜୀ, ଜଳ ହିଁ ଜୀବନ; ଜଳ ଆମ ଜୀବନରେ ଅନେକ ମହତ୍ଵ ରଖେ । ଜଳର ମହତ୍ଵ ବୁଝିବା ସହିତ ତାର ଯତ୍ନ ନେବା ଉଚିତ । ଏହି କଥାକୁ ହୃଦୟରେ ଧାରଣକରି ସନ୍ଥ ନିରଙ୍କାରୀ ମଣ୍ଡଳ ର ସଦଗୁରୁ ମାତା ସୁଦୀକ୍ଷା ଜୀ ମହାରାଜଙ୍କ ଅସୀମ କୃପାରୁ ଆସନ୍ତା କାଲି ଅର୍ଥାତ l ତା. 22- 02- 2026 ରିଖ ରବିବାର ସକାଳ 7ଘଣ୍ଟl ଠାରୁ 12 ଘଣ୍ଟା ସମୟ* ପର୍ଯ୍ୟନ୍ତ (Dt. 22-02-2026, Sunday Time -7 AM to 12 AM,)ପାଟପୁର ସ୍ଥିତ ପାଣ୍ଡା ଛକ, ରାଧାଦେଇପୁର ଜଗନ୍ନାଥ ମନ୍ଦିର “ନୁଆଁ ପୋଖରୀ ”
ର ସଫେଇ ଅଭିଯାନ ସନ୍ଥ ନିରାରଙ୍କାରୀ ମିଶନ,ଚୈତନ୍ୟପୁର ଶାଖାର ସମସ୍ତ ସେବାଦଳ ଭାଇ ଭଉଣୀ ,ଉତ୍ସlହୀ ମହାତ୍ମା,ଓ ବିଭିନ୍ନ ସମାଜସେବୀ ମାନଙ୍କ ଦ୍ୱାରା ସମ୍ପାଦିତ ହେବାକୁ ଯାଉଅଛି । ଏଣୁ ଆପଣମାନଙ୍କ ଚରଣ ତଳେ ନିବେଦନ ଏହିକି ସମସ୍ତେ ଏହି ସଫେଇ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସେବାର ଆନନ୍ଦ ନେବା ସହ ସଦଗୁରୁ ମାତଜୀଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତି କରିବା ହେବେ l ଏହିଭଳି ଏକ ମହାନ କାର୍ଯ୍ୟରେ ଯୋଗଦେବାକୁ ଆପଣମାନଙ୍କୁ ସାଦରେ ଆହ୍ଵାନ । ଧନ୍ ନିରଙ୍କାର ଜୀ


