ବାଲିଗୁଡା, ୨୦/୦୨ ସୁକାନ୍ତ କୁମାର ତ୍ରିପାଠୀ
ବଡର ସ୍ୱେଛୁରିଟି ଫୋର୍ସ (ବିଏସଏଫ୍) ପକ୍ଷରୁ ଆୟୋଜିତ ଜନଜାତି ଯୁବ ଆଦାନପ୍ରଦାନ କାର୍ଯ୍ୟକ୍ରମରେ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟର +୩ ଶ୍ରେଣୀର ୨୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଉତ୍ତର ପ୍ରଦେଶର ବାରଣାସୀ ରେ ଆୟୋଜିତ ହୋଇଥିଲା।ସାସ୍କୃତିକ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଦଳ ତୃତୀୟ ସ୍ଥାନ ଅଧିକାର କରି ସୁନ୍ଦର ଟ୍ରଫି ସହ ୩,୦୦୦ ଟଙ୍କା ନଗଦ ପୁରସ୍କାର ଲାଭ କରିଛନ୍ତି। ଏହା ସହିତ ଛାତ୍ର ଚରୁଣ ମଲ୍ଲିକ ହିନ୍ଦୀ ତର୍କ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଏବଂ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି।ଏହି


ଦଳର ନେତୃତ୍ୱ ନେହରୁ ୟୁବା କେନ୍ଦ୍ର ପକ୍ଷରୁ ଗ୍ରହଣ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସମସ୍ତ ୨୦ ଜଣ ଛାତ୍ରଛାତ୍ରୀ ସୁରକ୍ଷିତ ଭାବେ ବାଲିଗୁଡା ରେଳଷ୍ଟେସନରେ ପହଞ୍ଚିଥିବା ସୂଚନା ମିଳିଛି। ବିଏସଏଫ୍ ୧୩୬ ବ୍ୟାଟାଲିଅନ୍, ବାଲିଗୁଡାଙ୍କ ପ୍ରତି ମହାବିଦ୍ୟାଳୟ ପକ୍ଷରୁ କୃତଜ୍ଞତା ଜଣାଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବିଭୂତିଭୂଷଣ ଆଚାର୍ଯ୍ୟ ଓ ଅଧ୍ୟାପକ ହିମାଂଶୁତରଣ ସାହୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିବା ବେଳେ ଏହି ସଫଳତା ମହାବିଦ୍ୟାଳୟ ପାଇଁ ଗୌରବର ବିଷୟ ପାଲଟିଛି ।