୨୮ ତମ ଜାତୀୟ କଳିଙ୍ଗ ନାଟକ ମହୋତ୍ସବରେ ବାଲିଗୁଡାର ବରିଷ୍ଠ ସାମ୍ବାଦିକ ତଥା ନାଟ୍ୟକାର ପ୍ରମୋଦ ଦଣ୍ଡସେନା ସମ୍ବର୍ଦ୍ଧିତ
ବାଲିଗୁଡା, ୨୩/୦୨ ସୁକାନ୍ତ କୁମାର ତ୍ରିପାଠୀ
ଓଡ଼ିଶାର ସର୍ବପୁରାତନ ତଥା ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ “ଶତାବ୍ଦୀ ର କଳାକାର” ପକ୍ଷରୁ ଆୟୋଜିତ ୨୮ତମ ଜାତୀୟ କଳିଙ୍ଗ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଯୁବ ନାଟ୍ୟକାର ପ୍ରମୋଦ ଦଣ୍ଡସେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ଯୋଗଦେଇ ପ୍ରମୋଦ ଦଣ୍ଡସେନାଙ୍କୁ ପୁଷ୍ପଗୁଚ୍ଛ, ଉପହାର ସାମଗ୍ରୀ ଓ ପ୍ରଶଂସାପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। ତାଙ୍କର ସାହିତ୍ୟ ଓ ନାଟ୍ୟ କ୍ଷେତ୍ରରେ ଅବଦାନକୁ ସେ ବିଶେଷ ଭାବେ ପ୍ରଶଂସା କରିଥିଲେ।ସୂଚନାଯୋଗ୍ୟ ଯେ, ପ୍ରମୋଦ ଦଣ୍ଡସେନା ଜଣେ ସାମ୍ବାଦିକ ହେବା ସହ ଏକ ଦକ୍ଷ

ମଞ୍ଚ ଅଭିନେତା, ନାଟ୍ୟକାର, ଲୋକକଳା ଗବେଷକ ଓ ଲୋକକଳା ସଂଗଠକ ଭାବେ ପରିଚିତ। ଓଡ଼ିଶା ତଥା ଓଡ଼ିଶା ବାହାରର ବିଭିନ୍ନ ମଞ୍ଚରେ ତାଙ୍କର ଅଭିନୟ ଓ ନିର୍ଦ୍ଦେଶନା ମାଧ୍ୟମରେ ବାଲିଗୁଡା ମାଟି ପାଇଁ ସେ ଗୌରବ ଆଣିଛନ୍ତି।ପ୍ରମୋଦଙ୍କ ଏହି ସଫଳତା ପାଇଁ “ଶତାବ୍ଦୀ ର କଳାକାର” ଅନୁଷ୍ଠାନର ସମ୍ପାଦକ ତଥା ବରିଷ୍ଠ ନାଟ୍ୟକାର ଧୀର ମଲ୍ଲିକ, ଲାଲା ବୀରେନ ରାୟ ଓ କଳା ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାରଣା ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ୍ର କାମନା କରିଛନ୍ତି।