ବାଲିଗୁଡା: ୨୦/୦୨ ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲାର ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟକୁ ଏହିବର୍ଷ +୩ ଷଷ୍ଠ ସେମିଷ୍ଟର ପରୀକ୍ଷାର ମୂଲ୍ୟାୟନ କେନ୍ଦ୍ର ଭାବେ ଚୟନ କରାଯାଇଛି। ଏହାକୁ ନେଇ ମହାବିଦ୍ୟାଳୟ ପରିବାର ମଧ୍ୟରେ ଆନନ୍ଦର ଲହରୀ ଦେଖାଦେଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ା. ବିଭୂତିଭୂଷଣ ଆଚାର୍ଯ୍ୟ କହିଛନ୍ତି ଯେ, ଏହି ମୂଲ୍ୟାୟନ କେନ୍ଦ୍ର ଦାୟିତ୍ୱ ମିଳିବା ମହାବିଦ୍ୟାଳୟ ପାଇଁ ଗୌରବର ବିଷୟ। ସମସ୍ତ କର୍ମଚାରୀ ଓ ଶିକ୍ଷକମାନେ ଏଥିପାଇଁ ଖୁସି ବ୍ୟକ୍ତ କରିଛନ୍ତି ଏବଂ ସୁଚାରୁ ଭାବେ ମୂଲ୍ୟାୟନ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।ଏହି ସନ୍ଦର୍ଭରେ ଅଧ୍ୟକ୍ଷ ଡ଼ା. ଆଚାର୍ଯ୍ୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଂଜଳି ଦାଶ ଓ ପରୀକ୍ଷା ନିୟନ୍ତ୍ରକ ଗଣେଶ୍ୱର ମାଝୀଙ୍କୁ କୃତଜ୍ଞତା ଜଣାଇଥିବା ସହ ମହାବିଦ୍ୟାଳୟ ଉପରେ ଆସ୍ଥା ରଖିଥିବାରୁ ଧନ୍ୟବାଦ ଜଣାଇଛନ୍ତି।ଏହା ମାଧ୍ୟମରେ ବାଲିଗୁଡା ଅଞ୍ଚଳର ଶିକ୍ଷା ପରିବେଶ ଆହୁରି ସୁଦୃଢ଼ ହେବ ବୋଲି ସ୍ଥାନୀୟ ଶିକ୍ଷାପ୍ରେମୀମାନେ ମତ ପ୍ରକାଶ କରିଛନ୍ତି।