ବୃତ୍ତି ପରୀକ୍ଷାରେ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲର କୃତିତ୍ୱ

ବାଲିଗୁଡା, ୨୦/୦୨ ସୁକାନ୍ତ କୁମାର ତ୍ରିପାଠୀ

ଚଳିତ ୨୦୨୫–୨୬ ଶିକ୍ଷାବର୍ଷର ବୃତ୍ତି ପରୀକ୍ଷାରେ କନ୍ଧମାଳ ଜିଲ୍ଲାର ବାଲିଗୁଡା ସ୍ଥିତ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି। ପଞ୍ଚମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ସୁଲଗ୍ନା ପଣ୍ଡା ଦୁତୀୟ ସ୍ଥାନ ଅଧିକାର କରିଥିବାବେଳେ, ତୃତୀୟ ଶ୍ରେଣୀର ଛାତ୍ର ଶ୍ରୀବର୍ଦ୍ଧନ ମଲ୍ଲିକ ଷଷ୍ଠ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।ଏହି ସଫଳତା ପାଇଁ ଦୁହେଁ ଛାତ୍ରଛାତ୍ରୀ ନିଜ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପ୍ରେରଣା ଓ ଅଭିଭାବକମାନଙ୍କ ଆଶୀର୍ବାଦକୁ ଶ୍ରେୟ ଦେଇଛନ୍ତି। ବିଦ୍ୟାଳୟର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ମହାପାତ୍ର ଦୁହିଁ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ମା’ ପାଟ୍ଟଖଣ୍ଡାଙ୍କ ନିକଟରେ ପ୍ରାର୍ଥନା କରିଥିବା ସୂଚନା ମିଳିଛି।ଏହି କୃତିତ୍ୱରେ ବିଦ୍ୟାଳୟ ପରିବାର ଓ ଅଞ୍ଚଳବାସୀମାନଙ୍କ ମଧ୍ୟରେ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି।

Smart Computer Ad
You might also like
error: Content is protected !!