ବାଲିଗୁଡ଼ା: ୧୯/୦୨ ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ୍ର କରଡ଼ା ଘାଟିରେ ଏକ ମହୁଲ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇ ୫୦ ଫୁଟ ତଳକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ଟ୍ରକ୍ର ଡ୍ରାଇଭର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।ସୂଚନା ଅନୁସାରେ, ଟ୍ରକ୍ଟି ବଲାଙ୍ଗୀର ରୁ ମହୁଲ ନେଇ କରଡ଼ା ଅଭିମୁଖେ ଯାଉଥିବା ବେଳେ କରଡ଼ା ଘାଟିର ଏକ ବକ୍ର ସ୍ଥାନରେ ନିୟନ୍ତ୍ରଣ ହରାଇ ଘାଟି ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଖବର ଦେଇଥିବାରୁ ରାଇକିଆ ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ପହଞ୍ଚି ଗୁରୁତର ଆହତ ଡ୍ରାଇଭରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲେ।ଦୁର୍ଘଟଣାର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲେ ମଧ୍ୟ, ଘାଟିରେ ଗାର୍ଡ ୱାଲ୍ର ଅଭାବ ଥିବାରୁ ପୂର୍ବରୁ ମଧ୍ୟ ଏପରି ଦୁର୍ଘଟଣା ଘଟୁଥିବା ନଜିର ରହିଛି। ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ସଂଯୋଗ କରୁଥିବା ଏହି କରଡ଼ା ଘାଟି ରାସ୍ତାର ଅବସ୍ଥା ଦୀର୍ଘଦିନ ଧରି ଅବହେଳିତ ରହିଛି।ଏହିପରି ଘଟଣା ପୁଣିଥରେ ସଡ଼କ ସୁରକ୍ଷା ପ୍ରତି ପ୍ରଶ୍ନ ଉଠାଇଥିବା ବେଳେ ଅଞ୍ଚଳବାସୀ ଶୀଘ୍ର ଘାଟି ରାସ୍ତାରେ ଗାର୍ଡ ୱାଲ୍ ନିର୍ମାଣ ଓ ମରାମତି କାମ କରିବାକୁ ଦାବି କରିଛନ୍ତି।
