ବାଲିଗୁଡା, ୧୯/୦୨ ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ରୁତୁଙ୍ଗିଆ ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭ମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ନିରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ରୁତୁଙ୍ଗିଆ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ପିଙ୍କି ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।ମୁଖ୍ୟବକ୍ତା ଭାବେ ରୁତୁଙ୍ଗିଆ ଗିରିଜନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ସାମଲ ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବେ ସମାଜସେବୀ କ୍ଳେଶ ପ୍ରଧାନ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି କୁମର ପରାସେଠ, କରୁମୁଣ୍ଡାର ଜାଭିଏର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫାଦେର ଭିନ ସେନ୍ତ ଭେଙ୍ଗରା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୋମନାଥ ପ୍ରଧାନ, ପଞ୍ଚସଖା ଶିକ୍ଷା ସେତୁର ସଭାପତି ସୁଧାଂଶୁ ପ୍ରଧାନ, ପଞ୍ଚାୟତ ସମିତି ସଦସ୍ୟ ଦାନିଏଲ ପ୍ରଧାନ, ବାଲିଗୁଡା ବ୍ଲକ ଶିକ୍ଷକ ସଂଘର ସଭାପତି ପଦ୍ମଚରଣ ତ୍ରିପାଠୀ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଯୁଗ୍ମ ସମ୍ପାଦକ ଉତ୍କଳ କେଶରୀ ବିବାର ଓ କଟ୍ରିକିଆ କ୍ଲଷ୍ଟର ସିଆରସିସି ସାବତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।ଅତିଥିମାନେ ଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଶୁଭାରମ୍ଭ କରିଥିଲେ। ତାଙ୍କର ବକ୍ତବ୍ୟରେ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟତ୍ରୀ, ଅଭିଭାବକ ଓ ଗୋଷ୍ଠୀର ସମନ୍ୱୟ ଓ

ସହଯୋଗରେ ଏକ ଶିକ୍ଷାନୁଷ୍ଠାନର ସାର୍ବିକ ଉନ୍ନତି ସମ୍ଭବ ବୋଲି ଉଲ୍ଲେଖ କରିଥିଲେ। ସେହିସହ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ଓ ଦାୟିତ୍ୱଶୀଳ ନାଗରିକ ହେବା ପାଇଁ ପ୍ରେରିତ କରିଥିଲେ।ପ୍ରଧାନ ଶିକ୍ଷକ ନିରଞ୍ଜନ ବେହେରା ବାର୍ଷିକ ବିବରଣୀ ପାଠ କରିଥିବାବେଳେ ଶିକ୍ଷକ ସନାତନ ପରିଛା ଅତିଥି ପରିଚୟ ଦେଇଥିଲେ। ମଞ୍ଚ ପରିଚାଳନା ଦାୟିତ୍ୱ ଶିକ୍ଷକ ପୀତବାସ ନାୟକ ନିର୍ବାହ କରିଥିଲେ।ଉତ୍ସବ ଅବସରରେ ବାଳକ ବିଭାଗରୁ ସୁବ୍ରତ ପ୍ରଧାନଙ୍କୁ ଶ୍ରେଷ୍ଠ ଖେଳାଳୀ ଓ ଶ୍ରେଷ୍ଠ ଛାତ୍ର ଭାବେ ସମ୍ମାନିତ କରାଯାଇଥିଲା। ବାଳିକା ବିଭାଗରୁ ସୁଶ୍ରୀ ବିଚିତ୍ରା ପ୍ରଧାନଙ୍କୁ ଶ୍ରେଷ୍ଠ ଖେଳାଳୀ ଓ ସସ୍ମିତା ପ୍ରଧାନଙ୍କୁ ଶ୍ରେଷ୍ଠ ଛାତ୍ରୀ ଭାବେ ପୁରସ୍କୃତ କରାଯାଇଥିଲା। ଏହାସହ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ଓ ଉତ୍ତମ ସ୍ୱେଚ୍ଛାସେବୀମାନଙ୍କୁ ମଧ୍ୟ ଅତିଥିମାନଙ୍କ ହସ୍ତେ ପୁରସ୍କାର ଓ ସମ୍ମାନ ଦିଆଯାଇଥିଲା।ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆୟୋଜିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକମାନଙ୍କ ମନ ମୋହିଥିଲା। ସମଗ୍ର କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷକ-ଶିକ୍ଷୟତ୍ରୀ ସନାତନ ପରିଛା, ବିକ୍ରମ କେଶରୀ ବେହେରା, ରୋହିତ ଗୌଡ଼, ସ୍ନେହଲତା ପ୍ରଧାନ, ସୁଚିସ୍ମିତା ବେହେରା, ଅଚ୍ୟୁତାନନ୍ଦ ପ୍ରଧାନ ସହ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଓ ଗ୍ରାମବାସୀମାନେ ସକ୍ରିୟ ସହଯୋଗ କରିଥିଲେ।
