ବାଲିଗୁଡ଼ା, ୧୯/୦୨ ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୭ତମ ବାର୍ଷିକ ତେରଦଣ୍ଡ ମିଳନ ସମାରୋହ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଗୋଇବନ୍ଧ ସ୍ଥିତ ସାତାଜାର୍ଗୀ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ସମିତିର ମୁଖ୍ୟ ପରିଚାଳକ ରାଜ କିଶୋର ଦାସଙ୍କ ଆବାହକତ୍ୱରେ ବୈଠକ ଆରମ୍ଭ ହୋଇଥିଲା।ବୈଠକ ଆରମ୍ଭରେ ଚଳିତ ବର୍ଷ ସମିତିର ଚାରିଜଣ ବରିଷ୍ଠ କର୍ମକର୍ତ୍ତା ରାମଚନ୍ଦ୍ର ପ୍ରଧାନ, ସୁରେନ୍ଦ୍ର କୁମାର ପାଣିଗ୍ରାହୀ, ଗୌରଚନ୍ଦ୍ର ସୁଆର ଓ ହିମାଂଶୁ ଶେଖର ଦାସଙ୍କ ଦେହାନ୍ତ ପରିପ୍ରେକ୍ଷୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ

ମିନିଟ୍ର ନୀରବ ପ୍ରାର୍ଥନା କରାଯାଇଥିଲା।ପରେ ବାର୍ଷିକ ଆୟ-ବ୍ୟୟ ତଦାରଖ କରାଯାଇ ଚଳିତ ବର୍ଷ ମଧ୍ୟ ଶାନ୍ତି ଓ ଶୃଙ୍ଖଳାର ସହିତ ଉତ୍ସବ ଆୟୋଜନ କରିବାକୁ ସବିଶେଷ ଆଲୋଚନା ହୋଇଥିଲା। ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କୁ ବିଭିନ୍ନ ବିଭାଗର ଦାୟିତ୍ୱ ବଣ୍ଟନ କରାଯାଇଥିଲା।ଚଳିତ ବର୍ଷ କେତେକ ଭକ୍ତ ନୂତନ ସଦସ୍ୟତା ଗ୍ରହଣ କରିଥିବାରୁ ସେମାନଙ୍କୁ ସମିତି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା। କୋଷାଧ୍ୟକ୍ଷଙ୍କ କାର୍ଯ୍ୟରେ ସହଯୋଗ ପାଇଁ ସମିତି ସଦସ୍ୟ ଗଙ୍ଗାଧର ପଣ୍ଡାଙ୍କୁ ସହ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା।ଆସନ୍ତା ଏପ୍ରିଲ ୫ ତାରିଖ ରବିବାର ଦିନ ତେର ଶମ୍ଭୁ ମିଳନ ଉତ୍ସବ ଆୟୋଜନ କରିବାକୁ ସର୍ବସମ୍ମତିକ୍ରମେ

ନିଷ୍ପତ୍ତି ନିଆଯାଇଥିଲା।ଏହି ବୈଠକରେ ସମିତିର ଉପଦେଷ୍ଟା ସୁରେଶ ଚନ୍ଦ୍ର ମହାନ୍ତି, ସଭାପତି କିଶୋର କୁମାର ପାଳ, ଉପସଭାପତି ସୁଜିତ୍ କୁମାର ପାଳ, ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ, ସହ ସମ୍ପାଦକ ଭଗବାନ ପଣ୍ଡା, କୋଷାଧ୍ୟକ୍ଷ ବଂଶୀଧର ପଣ୍ଡା, ଅଧିକାରୀ ଶିବରାମ ପ୍ରଧାନୀ, ସହ ଅଧିକାରୀ ମନୋଜ କୁମାର ପାଳ ସହ ବିଭିନ୍ନ ବିଭାଗର ମୁଖ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।ଶେଷରେ ରାଜ କିଶୋର ଦାସ ଧନ୍ୟବାଦ ଜ୍ଞାପନ କରି ବୈଠକର ସମାପନ ଘୋଷଣା କରିଥିଲେ।