୧୩୬ ବିଏସଏଫ ବାଟାଲିୟନ ଖମଣଖୋଲ ପକ୍ଷରୁ ଜନହିତକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡ଼ା, ୧୯/୦୨ ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଖମଣଖୋଲ ଅଞ୍ଚଳରେ ଅବସ୍ଥିତ ୧୩୬ ବିଏସଏଫ ବାଟାଲିୟନ କ୍ୟାମ୍ପ ପକ୍ଷରୁ ଏକ ଜନହିତକାରୀ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ଜନସାଧାରଣଙ୍କ ସହିତ ସୀମା ସୁରକ୍ଷା ବାହିନୀର ସୁସମ୍ପର୍କ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ ଥିଲା।ଏହି ଅବସରରେ ଖମଣଖୋଲ ଓ ଲଣ୍ଡାଗାଁ ଦୁଇଟି ଗ୍ରାମପଞ୍ଚାୟତର ଗରିବ ସୀମାରେଖା ତଳେ ଥିବା ଲୋକମାନଙ୍କୁ ଚିହ୍ନଟ କରି ବାସନପତ୍ର, କମ୍ବଳ, ମଶାରୀ ଓ ବିଭିନ୍ନ ଘରୋଇ ଉପକରଣ ବଣ୍ଟନ କରାଯାଇଥିଲା। ସେହିପରି ପାଖପାଖି ଥିବା ବିଦ୍ୟାଳୟ ଓ ଯୁବକ ସଂଘମାନଙ୍କୁ ଖେଳ ସାମଗ୍ରୀ ମଧ୍ୟ ପ୍ରଦାନ କରାଯାଇଥିଲା। ମୋଟେ ପାଖାପାଖି ୨୫୦ ରୁ ଅଧିକ ଲୋକ ଏହି ସହାୟତାରୁ ଲାଭାନ୍ୱିତ ହୋଇଥିବା ସୂଚନା ମିଳିଛି।କାର୍ଯ୍ୟକ୍ରମରେ ୧୩୬ ବିଏସଏଫ ବାଟାଲିୟନର କମାଣ୍ଡେଣ୍ଟ ଶ୍ରୀ ସତପାଲ ସିଂ, ଶ୍ରୀ କେ.କେ. ଦାସ ଓ ଶ୍ରୀ ପ୍ରିଜି ଆର ଉପସ୍ଥିତ ଥିଲେ। ଖମଣଖୋଲ ସରପଞ୍ଚ ଚନ୍ଦୁଲାଲ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଲଣ୍ଡାଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗବନ୍ଧୁ ନାୟକ, ସମାଜସେବୀ ଅଭିରାମ ରଣା ଓ ଖମଣଖୋଲ ସ୍ୱାସ୍ଥ୍ୟ କର୍ମୀ ମିନରମ୍ଭା ପ୍ରଧାନ ସହିତ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।ଅଞ୍ଚଳରେ ଏଭଳି ଜନହିତକାରୀ ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ସାଧାରଣ ଲୋକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ଓ ବିଏସଏଫ ପ୍ରତି ସମ୍ମାନ ଏବଂ ବିଶ୍ୱାସ ଆହୁରି ବୃଦ୍ଧି ପାଇଛି।

You might also like
error: Content is protected !!