ଧୂଙ୍ଗିଆଦେବୀ ମନ୍ଦିର ନିକଟରେ ୪୪ କେଜି ଗଞ୍ଜେଇ ଜବତ, ଚୋରା ଚାଲାଣକାରୀ ଫେରାର

କ.ନୂଆଗାଁ: ୧୭/୦୨ ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲାର କ.ନୂଆଗାଁ ଥାନା ପକ୍ଷରୁ ଧୂଙ୍ଗିଆଦେବୀ ମନ୍ଦିର ନିକଟରେ ପେଟ୍ରୋଲିଂ ସମୟରେ ବଡ଼ ସଫଳତା ମିଳିଛି। ପୋଲିସ ଦଳ ଉକ୍ତ ଅଞ୍ଚଳରେ ସନ୍ଦେହଜନକ ଭାବେ ଥିବା ଜଣେ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଦେଖିଥିଲେ। ପୋଲିସ ଗାଡ଼ିକୁ ଦେଖି ସେ ବ୍ୟକ୍ତି ଦୁଇଟି ଜରି ବସ୍ତା ଛାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ସୂଚନା ମିଳିଛି।ଘଟଣାସ୍ଥଳରେ ଥାନା ଅଧିକାରୀ ଆଶୁତୋଷ ଜେନାଙ୍କ ନେତୃତ୍ୱରେ ପୋଲିସ ଦଳ ସନ୍ଦେହବଶତଃ ଉକ୍ତ ବସ୍ତା ଦୁଇଟିର ତନଖ୍ କରିଥିଲେ। ପରେ ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ବସୁଧା ପ୍ରଧାନଙ୍କ ଉପସ୍ଥିତିରେ ଯାଞ୍ଚ କରାଯାଇଥିବାବେଳେ ସେଥିରୁ ମୋଟ ୪୪ କେଜି ଗଞ୍ଜେଇ ମିଳିଥିଲା। ପୋଲିସ ଉକ୍ତ ଗଞ୍ଜେଇକୁ ଜବତ କରିଛି।ଏହି ଅଭିଯାନରେ ଥାନାର ସେକେଣ୍ଡ ଅଫିସର ଅଶୋକ କୁମାର ତ୍ରିପାଠୀ, ଦମୟନ୍ତୀ ବେହେରା, ଏଏସଆଇ ସୁରେନ୍ଦ୍ର ରାଜହଂସ ଓ ବାସୁଦେବ ପଣ୍ଡା ସହଯୋଗ କରିଥିଲେ।ଏ ସମ୍ପର୍କରେ କ.ନୂଆଗାଁ ଥାନା କେସ ନଂ ୩୧/୨୬ ଅନୁଯାୟୀ ଏନଡିପିଏସ ଆଇନ ଅଧୀନରେ ମାମଲା ରୁଜୁ କରାଯାଇଛି ଏବଂ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

You might also like
error: Content is protected !!