ଖୋର୍ଦ୍ଧା,(ସଞ୍ଜୀବ କୁମାର):-
୩ୟ ପଥ ଉତ୍ସବକୁ ସ୍ବତନ୍ତ୍ର ଭାବରେ ଶିବ ପ୍ରେମୀ ଓ ଭକ୍ତଙ୍କ ପାଇଁ କରଯାଇଥିଲା ବୋଲି ମୂଖ୍ୟ ଆୟୋଜକ ଡଃ ରୁଷି ପଟ୍ଟନାୟକ କହିଥିଲେ।ଉତ୍ସବ ଅଧକ୍ଷ ଶ୍ରୀ ବିଶ୍ୱରଞ୍ଜନ୍ ବଡ଼ଜେନାଙ୍କ ନେତୃତ୍ଵ ରେ ଆଜି ବିରାଟ ସଫଳତା ହାସଲ କରିଛି। ଜଟଣୀ ବିକାଶ ପରିଷଦର ଅଧ୍ୟକ୍ଷ ବିଜୁ ଛୋଟରାୟ ଓ ସମ୍ପାଦକ ସୁଦର୍ଶନ ସୁନ୍ଦରାୟ କହିଥିଲେ ଯେ ଆଜି ଜଟଣୀ ରାଜରାସ୍ତା ଖାଲି ଶିବ ଭକ୍ତି ଓ ପ୍ରେମୀ ଙ୍କ ଦ୍ଵାରା ଉବୁଟୁବୁ ହେଉଛି, କାର୍ଯ୍ୟକାରୀ ସଭପତି କୈଳାସ ମହାପାତ୍ର ଚାରିଆଡ଼େ ଲୋକାରଣ୍ୟ ଜଟଣୀ ର ଅନେକ ସମସ୍ୟା ର ସମାଧାନ ପାଇଁ ଲୁଲୁ ବଡ଼ଜେନା ଙ୍କୁ ଅନୁରୋଧ କରିଥିଲେ।ଆଜି ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜ ସେବି ଡ଼ଃ ସନ୍ତୋଷ କୁମାର ଜେନା ମୁଖ୍ୟ ଆତୀଥି ରୂପେ ଯୋଗଦେଇ ତୃତୀୟ ପଥ ଉତ୍ସବ କୁ ଉଦଘାଟନ କରିଥିଲେ, ଆଉ କହୁଥିଲେ ଯେ ଜଟଣୀ ହେଲା ଭାଇଚାରା ର ସହର ଏଠି ଜାତି, ଧର୍ମ ବର୍ଣ୍ଣ ଆଉ ଦଳ ନିର୍ବିଶଷରେ ସମସ୍ତେ ଭାଇ ଭାଇ। ପଥ ଉତ୍ସବ ଅଧ୍ୟକ୍ଷ , ବିକାସ ପାରିଷଦ ର ସମସ୍ତ ସଭ୍ୟ ବୃନ୍ଦ ଓ ଜଟଣୀ ବାସୀ ଡଃ.ରୁଷି ପଟ୍ଟନାୟକଙ୍କ ସବୁ ଥର ର ଏହି ନୂତନ ପ୍ରକାରର ଅୟୋଜନର ନେତୃତ୍ଵ କୁ ଭୂଆଶି ପ୍ରଶଂସା କରିଛନ୍ତି, ସାମ୍ୱାଦିକ ମାନଂକ ଠାରୁ ଆରମ୍ଭ କରି ବୁଦ୍ଧି ଜିବି ଓ ସାଧାରଣ ଲୋକ ଏହାର ଆୟୋଜନ ପାଇଁ ଉଚ୍ଚ ପ୍ରଶଂସା କରିଛନ୍ତି। ଯୁଗ୍ମ ଆବାହକ ଡଃ ଉମାକାନ୍ତ ପଟ୍ଟନାୟକ କହିଥିଲେ ଆମେ ଆଗାମୀ ଦିନରେ ଜଟଣୀ ନିକଟରେ ବିଭିନ୍ନ ପ୍ରକାର ସାମାଜିକ ରେ ଆମେ ଜଟଣୀ ବାସୀଙ୍କ ପାଖରେ ରହିବୁ। ଅଧକ୍ଷ ଶ୍ରୀ ବିଶ୍ୱରଂଜନ ବଡ଼ଜେନା ଆଗାମୀ ମାର୍ଚ୍ଚ ମାସ ତୃତୀୟ ରବିବର ଯାହା ୧୫ତାରିଖ ରେ ୪ର୍ଥ ପଥ ଉତ୍ସବ ପାଳନ ପାଇଁ ଡ଼ଃ ରୁଷି ପଟ୍ଟନାୟକ ଙ୍କ ପାଖରେ ନିଜକୁ ପଞ୍ଜିକୃତ କରିବାପାଇଁ ଅନୁରୋଧ କରିଥିଲେ, ଆଜି ପ୍ରଥମ ଥର ତାଙ୍କର ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଉତ୍ସବ ରେ ଜଟଣୀ ପୌରରିଷଦର ଉପାଧ୍ୟକ୍ଷ। , କଣାସ ବ୍ଲକ ଅଧ୍ୟକ୍ଷା , ଶ୍ରୀ ସୁଦୀପ୍ତ ରାୟ,, ସାଂସଦ ଙ୍କଦୁଇ ପ୍ରତିନିଧି ସତୀଶ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲି, ଆଉ ଜଟଣୀ ବଜାର କମିଟି କର୍ମକର୍ତ୍ତା, ଖୋରଧା ଜିଲ୍ଲା ବିଜେପି ର ସମସ୍ତ କର୍ମକର୍ତା, ମ୍ୟୁନିସିପାଲଟି ସମସ୍ତ କାଉନସିଲର ମଞ୍ଚରେ ଯୋଗ ଦେଇ ବିଶ୍ୱରଂଜନ ବଡ଼ଜେନା ଙ୍କ ନେତୃତ୍ଵ ପ୍ରତି ସମର୍ଥନ ଜଣାଇଥିଲେ। ଆଜି ମୁଖ୍ୟ ଆକର୍ଷଣ ଥିଲା ୨୦ଫୁଟ ଉଚ୍ଚ ଶିବ ମୂର୍ତ୍ତି ଓ ଅଘୋରୀ ଙ୍କ ପାଇଁ ।