ବାଲିଗୁଡା, ୧୬/୨ : ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଞ୍ଚଳରୁ ଜଣେ ବୃଦ୍ଧ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ନିଖୋଜ ବ୍ୟକ୍ତି ହେଲେ ବାଲିଗୁଡା ଥାନା ଅଧୀନସ୍ଥ ଦଡକଙ୍ଗିଆ ପଂଚାୟତର ପଲମକା ଗ୍ରାମର ସାରବି ମଳିକ। ପରିବାର ସୂତ୍ରରୁ ପ୍ରକାଶ, ଗତ ଫେବୃଆରୀ ୪ ତାରିଖରେ ବଲାଙ୍ଗୀର ଜିଲ୍ଲାର କିଛି ବ୍ୟକ୍ତିଙ୍କ ସହ ମିଶି ସେ ଚିକିତ୍ସା ପାଇଁ ଛତିଶଗଡ ଯାଇଥିଲେ। ଚିକିତ୍ସା ଶେଷ କରି ଫେବୃଆରୀ ୧୦ ତାରିଖରେ ରାୟପୁରରୁ ମୁନିଗୁଡାକୁ ଟ୍ରେନ୍ରେ ଫେରୁଥିବା ସମୟରେ ସେ କେଉଁଠି ନିଖୋଜ ହୋଇଯାଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି।ଏନେଇ ପରିବାର ସଦସ୍ୟମାନେ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି। ବୃଦ୍ଧଙ୍କ ସନ୍ଧାନ ପାଇଁ ପରିବାର ଲୋକ ଓ ପୋଲିସ ପକ୍ଷରୁ ଖୋଜାଖୋଜି ଜାରି ରହିଛି।