ସଂରକ୍ଷିତ ଜଙ୍ଗଲରୁ ମୁଲ୍ୟବାନ ଗଛ କାଟିବା ଅଭିଯୋଗରେ ୩ ଗିରଫ

ବାଲିଗୁଡା,୧୫/୦୨:ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବାଲିଗୁଡ଼ା ବନଖଣ୍ଡର ତୁମୁଡ଼ିବନ୍ଧ ରେଞ୍ଜ ଅଧୀନ ହରିପୁର ସଂରକ୍ଷିତ ଜଙ୍ଗଲରୁ ମୁଲ୍ୟବାନ ଗଛ କାଟିବା ଅଭିଯୋଗରେ ବନ ବିଭାଗ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସୂଚନା ଅନୁସାରେ, ହରିପୁର ସଂରକ୍ଷିତ ଜଙ୍ଗଲରେ କିଛି ଲୋକ ଅବୈଧ ଭାବେ ମୁଲ୍ୟବାନ ଗଛ କାଟୁଥିବା ଖବର ପାଇ ବନରକ୍ଷୀ ରୂପଶ୍ରୀ ଦିଗାଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ କର୍ମଚାରୀଙ୍କ ସହଯୋଗରେ ଚଢ଼ାଉ କରି ଘଟଣାରେ ସଂପୃକ୍ତ ତିନି ଜଣଙ୍କୁ ଧରିଥିଲେ।

ସଂରକ୍ଷିତ ଜଙ୍ଗଲରୁ ମୁଲ୍ୟବାନ ଗଛ କାଟିବା ଅଭିଯୋଗରେ ୩ ଗିରଫସଂରକ୍ଷିତ ଜଙ୍ଗଲରୁ ମୁଲ୍ୟବାନ ଗଛ କାଟିବା ଅଭିଯୋଗରେ ୩ ଗିରଫ

ଗିରଫ ଅଭିଯୁକ୍ତମାନେ ମାଦାଗୁଡ଼ା ଗ୍ରାମର ସାଜି ମଲ୍ଲିକ, ମିନାକ୍ଷୀ ମଲ୍ଲିକ ଓ ତିମାସ୍ ମଲ୍ଲିକ ବୋଲି ଜଣାପଡ଼ିଛି।ଘଟଣାସ୍ଥଳରୁ ବନ ବିଭାଗ ୨୯ଟି ମୁଲ୍ୟବାନ ଗଛର ଗଣ୍ଡି ଜବତ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ସଂରକ୍ଷିତ ଜଙ୍ଗଲ କାଟି ସଫା କରି ଜବରଦଖଲ କରିବା ପାଇଁ ଚେଷ୍ଟା କରୁଥିଲେ।ଏହି ଘଟଣାରେ ବନ୍ୟ ସଂରକ୍ଷଣ ଆଇନ୍ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଗିରଫ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ତୁମୁଡ଼ିବନ୍ଧ ରେଞ୍ଜର ରଜନୀକାନ୍ତ ମେହେର ପ୍ରକାଶ କରିଛନ୍ତି।

You might also like
error: Content is protected !!