ବାଲିଗୁଡା, ୧୫/୦୨ : ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକର କେଳାପଡା ନିକଟରେ ପୋଲିସ ପକ୍ଷରୁ ଚାଲିଥିବା ନିୟମିତ ପାଟ୍ରୋଲିଂ ସମୟରେ ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି।ପୋଲିସ ତନଖିବା ସମୟରେ ଓଡି-୩୪-ସି-୬୭୯୦ ନମ୍ବର ଥିବା ଏକ ସ୍କୁଟିକୁ ଅଟକାଇ ଯାଞ୍ଚ କରିଥିଲେ। ସ୍କୁଟିର ଡିକି ମଧ୍ୟରୁ ଗଞ୍ଜେଇ ମିଳିଥିବାରୁ ସ୍କୁଟି ସହ ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲେ।ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ରାକେଶ ନାୟକ ଓ ନିର୍ମଳ କର୍ମୀ। ପୋଲିସ ଏହି ଘଟଣାରେ କେଶ ନଂ. ୧୭/୨୬ ରେ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି। ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଅବ୍ୟାହତ ରଖିଛି।