ସିଓବି ବାରଖାମାରେ ୧୩୬ ବିଏନ ବିଏସଏଫଙ୍କ ନାଗରିକ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟକ୍ରମ

ବାଲିଗୁଡା, ୧୩/୦୨: ସୁକାନ୍ତ କୁମାର ତ୍ରିପାଠୀ

ବୋର୍ଡ଼ର ସ୍ୱେକୁରିଟି ଫୋର୍ସ ର ୧୩୬ ବଟାଲିଆନ୍ ଅଧୀନ ‘ସି’ କୋୟ ପକ୍ଷରୁ ସିଓବି ବାରଖାମାରେ ଶୁକ୍ରବାର ଏକ ନାଗରିକ କାର୍ଯ୍ୟାନୁଷ୍ଠାନ (ସିଭିକ୍ ଆକ୍ସନ୍) କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପୁର୍ବାହ୍ନ ୧୧ଟା ୧୫ରୁ ଅପରାହ୍ନ ୨ଟା ୩୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିଥିଲା।ଏହି କାର୍ଯ୍ୟକ୍ରମ ଶ୍ରୀ ସତପାଲ ସିଂହ (୨ଆଇସି), ଶ୍ରୀ କେ.କେ. ଦାଶ (ଡିସି), ଶ୍ରୀ ନିର୍ମଳ ଚନ୍ଦ୍ର ଦାସ (ଏସି) ଓ କର୍ଣ୍ଣିପାଳ ସିଂହ ରାଠୋର (‘ସି’ କୋୟ କମାଣ୍ଡର) ସହିତ ଅନ୍ୟାନ୍ୟ ବିଏସଏଫ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍କୁଲ୍ ଛାତ୍ରଛାତ୍ରୀମାନେ ସାଂସ୍କୃତିକ ଅନୁଷ୍ଠାନରେ ଅଂଶଗ୍ରହଣ କରି ବିଭିନ୍ନ ନୃତ୍ୟ ଓ ସଙ୍ଗୀତ ପ୍ରଦର୍ଶନ କରିଥିଲେ।ଏହି ଅବସରରେ ବାରଖାମା ସରପଞ୍ଚ ଶ୍ରୀମତୀ କୁମୁଦ୍ଦିନୀ ମଲିକ, ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀମତୀ ମାନସୀ ଡିଗଲ୍, ସଦସ୍ୟ ଶ୍ରୀ ପରମାନନ୍ଦ ନାୟକ, ମନ୍ଦିର ପୂଜାରୀ ଶ୍ରୀ ରାଙ୍କ ନିଧି ଦାସ, ଅଧ୍ୟକ୍ଷ ଶ୍ରୀ ବିଶ୍ୱ ଲଲିତ କୁମାର ଦିଗଲ୍,

ସିଓବି ବାରଖାମାରେ ୧୩୬ ବିଏନ ବିଏସଏଫଙ୍କ ନାଗରିକ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟକ୍ରମସିଓବି ବାରଖାମାରେ ୧୩୬ ବିଏନ ବିଏସଏଫଙ୍କ ନାଗରିକ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟକ୍ରମସିଓବି ବାରଖାମାରେ ୧୩୬ ବିଏନ ବିଏସଏଫଙ୍କ ନାଗରିକ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟକ୍ରମସିଓବି ବାରଖାମାରେ ୧୩୬ ବିଏନ ବିଏସଏଫଙ୍କ ନାଗରିକ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟକ୍ରମସିଓବି ବାରଖାମାରେ ୧୩୬ ବିଏନ ବିଏସଏଫଙ୍କ ନାଗରିକ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟକ୍ରମ

ଯୁବ ସଭାପତି ଶ୍ରୀ ମିଲାନ କୁମାର ଡିଗଲ୍ ଓ ସିଏଚସି ବାରଖାମାର ମେଡିକାଲ୍ ଅଫିସର ଡା. ବିବୁ ବସୁ ମଣି ଉପସ୍ଥିତ ଥିଲେ।ବାରଖାମା, ରେବିଙ୍ଗିଆ ଓ ସୁଦ୍ରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ମୋଟ ୨୫୦ ଜଣ ଗ୍ରାମବାସୀ (୧୭୮ ମହିଳା ଓ ୭୨ ପୁରୁଷ) ଏହି କାର୍ଯ୍ୟକ୍ରମରୁ ଉପକୃତ ହୋଇଥିଲେ। ସେମାନଙ୍କୁ ପ୍ରାଥମିକ ଆବଶ୍ୟକ ସାମଗ୍ରୀ ବଣ୍ଟନ କରାଯାଇଥିଲା।ବାରଖାମା ଯୁବ କ୍ଲବ, ସୁତାପତ୍ରି କ୍ଲବ ଓ ବାରଖାମା ମନୋରଞ୍ଜନ କ୍ଲବକୁ କ୍ରୀଡା କିଟ୍ ପ୍ରଦାନ କରାଯାଇଥିଲା। ଏଥିରେ ଭଲିବଲ୍, ଭଲିବଲ୍ ନେଟ୍, ଫୁଟବଲ୍, ଫୁଟବଲ୍ ନେଟ୍, ଗୋଲକିପର ଗ୍ଲୋଭସ୍ ଓ କ୍ୟାରମ୍ ବୋର୍ଡ ଇତ୍ୟାଦି ସାମଗ୍ରୀ ଥିଲା।ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।ସ୍ଥାନୀୟ ଲୋକ, ଜନପ୍ରତିନିଧି ଓ ବିଶିଷ୍ଟ ବ୍ୟକ୍ତିମାନେ ବିଏସଏଫଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଥିବା ବେଳେ ଏହାକୁ ଲୋକହିତକର ଓ ପ୍ରଶଂସନୀୟ ବୋଲି ମତ ପ୍ରକାଶ କରିଥିଲେ।

You might also like
error: Content is protected !!