ଭାରତ ବନ୍ଦର ପ୍ରଭାବ ବାଲିଗୁଡ଼ାରେ ଜନଜୀବନ ଆଂଶିକ ଭାବେ ପ୍ରଭାବିତ

ବାଲିଗୁଡ଼ା, ୧୨/୦୨ : ସୁକାନ୍ତ କୁମାର ତ୍ରିପାଠୀ

ଦେଶବ୍ୟାପୀ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକର ପ୍ରଭାବ ଆଜି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ସହରରେ ଆଂଶିକ ଭାବେ ଦେଖିବାକୁ ମିଳିଛି। କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଓ କୃଷକ ସଂଗଠନମାନଙ୍କ ଆହ୍ୱାନରେ ପାଳିତ ଏହି ବନ୍ଦ ଫଳରେ ସହରର ଦୈନିକ ଜୀବନ ଉପରେ କିଛି ପ୍ରଭାବ ପଡ଼ିଥିଲା।ସକାଳୁ ସହରର କିଛି ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରହିଥିଲେ ମଧ୍ୟ ସାଧାରଣ ଭିଡ଼ ଦେଖାଯାଇନଥିଲା। ବସ୍‌ ଚଳାଚଳ ସମ୍ପୂର୍ଣ ଭାବେ ବନ୍ଦ ଥିଲା। କେବଳ ଲକ୍ଷ୍ମୀ ବସ୍‌ ଯାତାୟାତ କରୁଥିବାରୁ ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀମାନେ ଅସୁବିଧାରେ ପଡ଼ିଥିଲେ।ବ୍ୟାଙ୍କ ଓ କେତେକ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଉପସ୍ଥିତି କମ୍ ଥିବା

ଭାରତ ବନ୍ଦର ପ୍ରଭାବ ବାଲିଗୁଡ଼ାରେ ଜନଜୀବନ ଆଂଶିକ ଭାବେ ପ୍ରଭାବିତଭାରତ ବନ୍ଦର ପ୍ରଭାବ ବାଲିଗୁଡ଼ାରେ ଜନଜୀବନ ଆଂଶିକ ଭାବେ ପ୍ରଭାବିତ

ଦେଖାଯାଇଥିଲା। ଶିକ୍ଷାନୁଷ୍ଠାନମାନେ ଖୋଲା ରହିଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ଆଗମନ ଅଳ୍ପ ଥିଲା। ତେବେ ହସ୍ପିଟାଲ, ଔଷଧ ଦୋକାନ ଓ ଅନ୍ୟାନ୍ୟ ଜରୁରୀ ସେବା ସାଧାରଣ ଭାବେ ଚାଲିଥିଲା।ବନ୍ଦର ମୁଖ୍ୟ ଦାବିମାନଙ୍କ ମଧ୍ୟରେ ନୂତନ ଶ୍ରମ କୋଡ୍‌ ରଦ୍ଦ କରିବା, କୃଷକ ଓ କର୍ମଚାରୀଙ୍କ ଅଧିକାର ସୁରକ୍ଷା ଇତ୍ୟାଦି ବିଷୟ ଥିବା ସୂଚନା ମିଳିଛି।ବାଲିଗୁଡ଼ାରେ ଭାରତ ବନ୍ଦ ଆଂଶିକ ଭାବେ ସଫଳ ହୋଇଥିବା ବେଳେ ସନ୍ଧ୍ୟା ପରେ ପରିସ୍ଥିତି ସାଧାରଣ ହେବାର ସମ୍ଭାବନା ରହିଛି।

Smart Computer Ad
You might also like
error: Content is protected !!