ବାଲିଗୁଡ଼ାରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଉଦଘାଟିତ

ବାଲିଗୁଡ଼ା, ୦୯/୦୨: ସୁକାନ୍ତ କୁମାର ତ୍ରିପାଠୀ

ବାଲିଗୁଡ଼ା ଯାତ୍ରା ପଡ଼ିଆରେ ଗତକାଲି ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଭବ୍ୟ ଭାବେ ଆରମ୍ଭ ହୋଇଛି। ମେଳାର ଉଦଘାଟନ ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରି ଦର୍ଶକମାନଙ୍କୁ ମନୋରଞ୍ଜନ କରିଥିଲେ।ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାକୁ ଉଦଘାଟନ କରିଥିଲେ। ସେଠାରେ ଉପଜିଲ୍ଲାପାଳ ପ୍ରାଣିତା ଦାସ, ଆଇଟିଡିଏ ପିଏ କୃପାସିନ୍ଧୁ ବେହେରା, ସିଡିଓ ଶମ୍ଭୁନାଥ ନନ୍ଦି, ଡିଏସ୍‌ଡବ୍ଲ୍ୟୁ ସ୍ନେହଲତା ସାହୁ, ବିଡିଓ ଅକ୍ଷୟ ମଲ୍ଲିକ, ତହସିଲଦାର ଦୀପ୍ତି ପ୍ରକାଶ ବେହେରା ସହ ଲକ୍ଷପତି ଦିଦି ମଞ୍ଚାସୀନ ଥିଲେ।ମେଳାର

ବାଲିଗୁଡ଼ାରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଉଦଘାଟିତବାଲିଗୁଡ଼ାରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଉଦଘାଟିତବାଲିଗୁଡ଼ାରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଉଦଘାଟିତ

ମୁଖ୍ୟ ଲକ୍ଷ୍ୟ ହେଲା ମହିଳାମାନଙ୍କୁ ସ୍ୱାବଳମ୍ବୀ କରିବା ସହ ସେମାନଙ୍କୁ ଆର୍ଥିକ ଓ ସାମାଜିକ ଭାବେ ସଶକ୍ତ କରିବା। ଜିଲ୍ଲାର ସମସ୍ତ ବ୍ଲକ ଓ ଏନଏସି ଅଞ୍ଚଳରୁ ଆସିଥିବା ମହିଳାମାନେ ମେଳାରେ ଯୋଗଦେଇଛନ୍ତି।ମେଳା ଅବଧିରେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ରାଜ୍ୟର ଲୋକପ୍ରିୟ କଣ୍ଠଶିଳ୍ପୀ ଓ ଜିଲ୍ଲାର ବଛାବଛା ମହିଳା କଳାକାରମାନେ ନିଜ କଳା ପ୍ରତିଭା ପ୍ରଦର୍ଶନ କରିବେ।କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ମିଶନ ଶକ୍ତି ବିଭାଗର ମିଳିତ ଉଦ୍ୟମରେ ଏହି ସୁଭଦ୍ରା ଶକ୍ତି ମେଳା ଆୟୋଜିତ ହେଉଛି। ଆଜି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ମେଳାରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି।

You might also like
error: Content is protected !!