ରାଜ୍ୟସ୍ତରୀୟ ଫୁଟବଲ ଚାମ୍ପିଅନ୍‌ସିପ୍‌ରେ ଫୁଲବାଣୀ ବିଜୟୀ

ବାଲିଗୁଡ଼ା, ୯/୨ (ସୁକାନ୍ତ କୁମାର ତ୍ରିପାଠୀ):ବାଲିଗୁଡ଼ା ଉପଖଣ୍ଡ କ୍ରୀଡ଼ା ସଂଘର ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଚାଲିଥିବା ରାଜ୍ୟସ୍ତରୀୟ ଫୁଟବଲ ଚାମ୍ପିଅନ୍‌ସିପ୍–୨୦୨୬ର ପଞ୍ଚମ ଦିନରେ ଚତୁର୍ଥ କ୍ୱାର୍ଟରଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଛି।ଏହି ମ୍ୟାଚ୍‌ରେ ଜଗା ୟୁନାଇଟେଡ଼, ଭୁବନେଶ୍ବର ଓ ଜେ.ଡି. କ୍ଲବ, ଫୁଲବାଣୀ ମଧ୍ୟରେ ଜୋରଦାର ମୁକାବିଲା ଦେଖିବାକୁ ମିଳିଥିଲା। ମ୍ୟାଚ୍‌ଟିରେ ୩–୨ ଗୋଲରେ ଜେ.ଡି. କ୍ଲବ, ଫୁଲବାଣୀ ବିଜୟୀ ହୋଇ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଆଗାମୀ ମ୍ୟାଚ୍‌ରେ ଫୁଲବାଣୀ ଦଳ ବରଗଡ଼ ସହ ମୁକାବିଲା କରିବ।ଏହି ଅବସରରେ କନ୍ଧମାଳ ଜିଲ୍ଲା ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ଆଦିକନ୍ଦ ପଟ୍ଟନାୟକ, ଉପଦେଷ୍ଟା ଶେଖ ସାଦିକ, ଉପସଭାପତି ସତ୍ୟନାରାୟଣ

ରାଜ୍ୟସ୍ତରୀୟ ଫୁଟବଲ ଚାମ୍ପିଅନ୍‌ସିପ୍‌ରେ ଫୁଲବାଣୀ ବିଜୟୀ

ରାଜ୍ୟସ୍ତରୀୟ ଫୁଟବଲ ଚାମ୍ପିଅନ୍‌ସିପ୍‌ରେ ଫୁଲବାଣୀ ବିଜୟୀ

ରାଜ୍ୟସ୍ତରୀୟ ଫୁଟବଲ ଚାମ୍ପିଅନ୍‌ସିପ୍‌ରେ ଫୁଲବାଣୀ ବିଜୟୀ

ପାଢ଼ୀ, ସମ୍ପାଦକ ସୁଶାନ୍ତ କୁମାର ଦାସ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ଖେଳକୁ ଉଦଘାଟନ କରିଥିଲେ।ମ୍ୟାଚ୍‌ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଫୁଲବାଣୀ ଦଳର ଖେଳାଳି ବାବୁ କହଁରଙ୍କୁ ‘ମ୍ୟାନ ଅଫ ଦି ମ୍ୟାଚ୍’ ଘୋଷଣା କରାଯାଇଥିଲା।ମୁଖ୍ୟ ରେଫେରି ଭାବେ ଏମ୍‌.ଡି. ଶେଖଉଦିନ ଓ ସହଯୋଗୀ ରେଫେରି ବିଶ୍ୱନାଥ କହଁର, ଶମ୍ଭୁନାଥ ମଲ୍ଲିକ ଏବଂ କାମାକ୍ଷା ପ୍ରସାଦ ପ୍ରଧାନ ଖେଳ ପରିଚାଳନା କରିଥିଲେ।ଉପଦେଷ୍ଟାମଣ୍ଡଳୀର ଦେବବ୍ରତ ସିଂଦେଓ, ସୁରେନ୍ଦ୍ର କୁମାର ପାତ୍ର, ଯୁଗ୍ମ ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ରଞ୍ଜିତ କୁମାର ମହାନ୍ତି, କ୍ରୀଡ଼ା ସମ୍ପାଦକ ଶିବାନନ୍ଦ ପଟ୍ଟନାୟକ ସହ ସମସ୍ତ ଆୟୋଜକ ଓ ସଦସ୍ୟମାନେ ସଫଳ ଆୟୋଜନରେ ସହଯୋଗ କରିଥିଲେ।

You might also like
error: Content is protected !!