ନୟାଗଡ଼ l ପ୍ରଭାକର ଶିରୋମଣି l କଣ୍ଟିଲୋ/ ସ୍ଥାନୀୟ ନୀଳମାଧଵ ବିହାର ମାଧବ ଚୌଧୁରୀ ପାଟଣା ଠାରେ ଅବସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୨୩ ତମ ବାର୍ଷିକ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଏକ ସାଧାରଣ ସଭା ରାମଲୀଳା ନାଟ୍ୟ ମଣ୍ଡପରେ ଆୟୋଜିତ ହୋଇଥିଲା ବେଳେ ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର କର ଅଧ୍ୟକ୍ଷତା କରିଥିଲେ ଓ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ମୁଖ୍ୟ ବକ୍ତା ଭାବେ ନୀଳମାଧଵ ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ଡ଼. ନିରୋଦ କୁମାର ମନ୍ତ୍ରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଖଣ୍ଡପଡା ବ୍ଳକ ସାଂସଦ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିୟାରସିଂ, ସମାଜ ସେବୀ ଅଖିଳ କୁମାର ମହାରଣା,ଭୁବନେଶ୍ୱର ସ୍ଥିତ ବିଜେପି ବିଜେପି ଯୁବ ସମାଜ ସେବୀ ଯଶୋବନ୍ତ ସ୍ୱାଇଁ କଣ୍ଟିଲୋ ବିଜେପି ମଣ୍ଡଳ ୬ ନଂ ଜୋନ ସଭାପତି ଟିଟନ ସାହୁ ଓ ମାଧବ ଚୌଧୁରୀ ପାଟଣା ସଭାପତି ପବିତ୍ର କୁମାର ମହାରଣା ଯୋଗ ଦେଇ କୋମଳମତି ଛାତ୍ର ଛାତ୍ରୀ ମାନଙ୍କୁ ଭଲ ମଣିଷ ଟିଏ ହୋଇ ସମାଜର ଟେକ ରଖିବାକୁ ପରାମର୍ଶ ଦେଇଥିଲେ l ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ କ୍ରୀଡା ଓ ଅନ୍ୟାନ୍ୟ କାର୍ଯ୍ୟ କ୍ରମରେ ସଫଳ ହୋଇଥିବା କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ l ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଗୁରୁଜୀ ବାର୍ଷିକ ବିବରଣୀ ପାଠ କରିଥିଲା ବେଳେ ଗୁରୁଜୀମନୋଜ କୁମାର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ପରିଶେଷରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ………………. ପ୍ରଭାକର ଶିରୋମଣି