ନାସନାଲ ହାଇସ୍କୁଲର କ୍ରୀଡା ଉତ୍ସବ

ବ୍ରହ୍ମପୁର l ରାଜେନ୍ଦ୍ର ସାହୁ l ଡୁରା ସ୍ଥିତ ନାସନାଲ ହାଇସ୍କୁଲ ଠାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଭାରତୀ ପ୍ରଧାନ ଙ୍କ ପରୋହିତ୍ୟ ରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି l ଏଥିରେ ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼କ୍ଟର ପ୍ରଭାତୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମୃଷ୍ଟି ଯୁଦ୍ଧ ପ୍ରଶିକ୍ଷକ ସୁଜାତା ବିଷୋୟୀ ଏବଂ ବରିଷ୍ଠ ସାମ୍ବାଦିକ ତଥା କଣ୍ଠ ଶିଳ୍ପୀ ସୁଦିପ ସାହୁ ଯୋଗ ଦେଇ ପିଲା ମାନଙ୍କୁ ଉଛାହିତ କରିଥିଲେ l ସିନିଅର ଚାମ୍ପିୟନ ବାଳକ ସାଗର ପ୍ରଧାନ ବାଳିକା ସ୍ମିତା ପ୍ରଧାନ ଜୁନିଅର ବାଳିକା ବିଭାଗ ରେ ଶଶୀ ଦାସ ଚାମ୍ପିୟନ ଭାବେ ପୁରସ୍କୃତ ହୋଇଥିଲେ ଅନ୍ୟାନ୍ୟ ସମସ୍ତ ଖେଳ ର ମଧ୍ୟ ପୁରସ୍କାର ବିତରଣ କରାଯାଇଥିଲା ଗୀତାଞ୍ଜଳି ପଣ୍ଡା କାର୍ଯ୍ୟକ୍ରମ କୁ ସହଯୋଗ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ଅମିତା ରାଣୀ ସାହୁ. ନୀତିବେଡା ପାଢୀ, ପ୍ରଣତି ପାଣିଗ୍ରାହୀ, ଅନିତା ମିଶ୍ର, ବିଷ୍ନୁପ୍ରିୟା ସାହୁ,ଦୀପ୍ତି ପଟନାୟକ ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

You might also like
error: Content is protected !!