ଫେବ୍ରୁଆରୀ ୧୫ରୁ କଟକରେ ଜନଗଣନା

ଖୋର୍ଦ୍ଧା ଜିଲ୍ଲା, ସଞ୍ଜୀବ କୁମାର: ଫେବ୍ରୁଆରୀ ୧୫ରୁ କଟକରେ ଜନଗଣନା, ଡିଜିଟାଲ ଫର୍ମାଟରେ ହେବ କାଉଣ୍ଟିଂ ଫେବ୍ରୁଆରୀ ୧୫ରୁ କଟକ ଜିଲ୍ଲାରୁ ଆରମ୍ଭ ହେବ ଜନଗଣନା । ଏପ୍ରିଲ ସୁଦ୍ଧା ଘର ଗଣନା କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଘର କାଉଣ୍ଟିଂ ଶେଷ ହେବା ପରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବ। ଜନଗଣନା କାର୍ଯ୍ୟକୁ ଡିଜିଟାଲ ପ୍ରକ୍ରିୟାରେ କରାଯିବା। ଏନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେଙ୍କ ସୂଚନା ।ସୂଚନା ଅନୁଯାୟୀ, ଏଥର ଗଣନା ସମୟରେ ଘର ମୁରବୀମାନଙ୍କ ଠାରୁ ୩୩ ପ୍ରଶ୍ନର ଉତ୍ତର ତଥ୍ୟ ଗଣନା ଅଧିକାରୀମାନେ ସଂଗ୍ରହ କରିବେ । ସଂଗ୍ରହ ତଥ୍ୟ ମଧ୍ୟରେ ଘର ସଂଖ୍ୟା, ଗୃହ, କାନ୍ଥର ନିର୍ମାଣ କେଉଁ ସାମଗ୍ରୀ ହୋଇଛି, ବ୍ୟବହୃତ କୋଠାରୀ, ଜାତି, ଲିଙ୍ଗ, ପରିବାର ସଦସ୍ୟ, ରହୁଥିବା ଦମ୍ପତି ତଥ୍ୟ ସଂଗ୍ରହ ହେବ । ସେହିପରି ରେଡିଓ, ଲାପଟପ୍, ସାଇକେଲ ସ୍କୁଟର, ବାଇକ, ଚାରିଚକିଆ, ଟେଲିଫୋନ, ମୋବାଇଲ, ସ୍ମାର୍ଟ ଫୋନ ବ୍ୟବହାର ତଥ୍ୟ ସଂଗ୍ରହ କରାଯିବ । ଏହା ବ୍ୟତିତ ଶୌଚାଳୟ ଓ ରୋଷେଇ ଘରେ ଗ୍ୟାସ ସଂଯୋଗ ଅଛି ନା’ ନାହିଁ, ପାନୀୟ ଜଳ ଓ ବିଦ୍ୟୁତ ଶକ୍ତି ଉତ୍ସ ଏବଂ ଜଳନିଷ୍କାସନ ଭଳି ତଥ୍ୟ ସଂଗ୍ରହ କରାଯିବ ।

You might also like
error: Content is protected !!