୧୯୧ କେଜି ଗଞ୍ଜେଇ ଜବତ, ଟ୍ରକ୍ ଚାଳକ ଫେରାର

ବାଲିଗୁଡା, ୦୨/୦୨: (ସୁକାନ୍ତ କୁମାର ତ୍ରିପାଠୀ) ବାଲିଗୁଡା ପୋଲିସ ଥାନା ଅଧୀନ ସୁଦ୍ରା ଫାଣ୍ଡି ଅଞ୍ଚଳରେ ରାତି ପେଟ୍ରୋଲିଂ ସମୟରେ ବଡ଼ ସଫଳତା ମିଳିଛି। ୦୧ ଫେବୃଆରୀ ଅପରାହ୍ନ ପ୍ରାୟ ୩ଟା ସମୟରେ ସୁଦ୍ରା ନିକଟରେ ଯାନବାହନ ଯାଞ୍ଚ କାର୍ଯ୍ୟକାଳୀନ ଏକ ଟାଟା ଆଇଚର ଟ୍ରକ୍ (ନମ୍ବର– WB-23C-9855) କୁ ପୋଲିସ ଅଟକାଇଥିଲା।ଯାଞ୍ଚ ସମୟରେ ଟ୍ରକ୍‌ଟିରୁ ପ୍ରାୟ ୧୯୧ କେଜି ଗଞ୍ଜେଇ ଉଦ୍ଧାର କରାଯାଇ ଜବତ

୧୯୧ କେଜି ଗଞ୍ଜେଇ ଜବତ, ଟ୍ରକ୍ ଚାଳକ ଫେରାର

କରାଯାଇଛି। ହେଲେ ଘଟଣା ସ୍ଥଳରୁ ଟ୍ରକ୍ ଚାଳକ ଓ ତାଙ୍କ ସହଯୋଗୀମାନେ ସୁଯୋଗ ନେଇ ପଳାଇଯିବାରେ ସଫଳ ହୋଇଥିଲେ।ଏହି ଘଟଣାକୁ ନେଇ ବାଲିଗୁଡା ପୋଲିସ ଥାନାରେ କେସ୍ ନମ୍ବର ୩୦ (ତା. ୦୧.୦୨.୨୦୨୬) ରେ NDPS ଆଇନର ଧାରା ୨୦(ବି)(ii)(ସି) ଅନୁସାରେ ମାମଲା ରୁଜୁ କରାଯାଇଛି। ପଳାତକ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

Smart Computer Ad
You might also like
error: Content is protected !!