ବାଲିଗୁଡା: (ସୁକାନ୍ତ କୁମାର ତ୍ରିପାଠୀ )କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସତସଙ୍ଗ କେନ୍ଦ୍ର ପରିସରରେ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୮ ତମ ଜନ୍ମ ମହାମହୋତ୍ସବ ସୁରେଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଛି lଏହି ଅବସରରେ ପ୍ରତ୍ୟୁଷରୁ ବେଦ ମାଙ୍ଗାଳିକ, ନହବତ, ଉଷା କୀର୍ତ୍ତନ, ଵିନତୀ ପ୍ରାର୍ଥନା, ପୂର୍ବାହ୍ନରେ ମାତୃ ସମ୍ମିଳନୀ ଆୟୋଜିତ ହୋଇଥିଲା l ଅପରାହ୍ନରେ ଶ୍ରୀ ଶ୍ରୀ ଠାକୁରଙ୍କ ଫୋଟ ରଖି ସୁସଜିତ ରଥ ସହ ସଂକୀର୍ତ୍ତନ ମଣ୍ଡଳୀ ଙ୍କ ଦ୍ୱାରା ବିଭିନ୍ନ ଆକର୍ଷଣୀୟ ବାଘ, ଭାଲୁ ପ୍ରଦର୍ଶନୀ ସାଧାରଣ ଲୋକଙ୍କ ଆକର୍ଷଣ କେନ୍ଦ୍ର ହୋଇଥିଲା l ବହୁ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ଶୋଭାଯାତ୍ରାରେ ସାମିଲ ହୋଇଥିଲେ l ଏହି ଶୋଭାଯାତ୍ରା ସହର ପରିକ୍ରମା କରାଯାଇଥିଲା l ସନ୍ଧ୍ୟା ପରେ ପରେ କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ଠାକୁରଙ୍କ ଦିବ୍ୟ ଦର୍ଶନ ଓ ଜୀବନ







ଉପରେ ଆଲୋକପାତ କରାଯାଇଥିଲା l ଏଥିରେ ବାଲିଗୁଡା ସତସଙ୍ଗ ମଣ୍ଡଳୀ ସମେତ ଆଖପାଖ ସମସ୍ତ ମଣ୍ଡଳୀରୁ ଶତାଧିକ ଗୁରୁ ଭାଇ ଓ ମା ମାନେ ଯୋଗଦେଇ ଥିଲେ l ସ୍ଥାନୀୟ ସତସଙ୍ଗ କେନ୍ଦ୍ରର ସୁରେଶ ଚନ୍ଦ୍ର ମହାନ୍ତି,ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ,ଅଶ୍ୱିନୀ କୁମାର ଦାସ, ବଂଶୀଧର ସାହୁ, ସି. ଏଚ. ଦିଲ୍ଲୀପ କୁମାର ପାତ୍ର, ଅଖିଳ ବାରିକ, ସନ୍ତୋଷ କୁମାର ସାହୁ, ସୂର୍ଯ୍ୟ ନାରାୟଣ ଷଡ଼ଙ୍ଗୀ, ମାଳତୀ ମା, ଆରତୀ ମା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ lସନ୍ଧ୍ୟାବେଳେ ସାମୂହିକ ପ୍ରାର୍ଥନା, କୀର୍ତ୍ତନ ଓ ପ୍ରସାଦ ସେବନ ସହ କାର୍ଯ୍ୟକ୍ରମ ସୁସଂଗଠିତ ଭାବେ ସମାପ୍ତ ହୋଇଥିଲା lଏଥିରେ ବହୁ ସଂଖ୍ୟକ ଭକ୍ତ ଯୋଗଦେଇ ଠାକୁରଙ୍କ ଆଶୀର୍ବାଦ ଲାଭ କରିଥିଲେ l