ବାଲିଗୁଡା: ୦୨/୦୨(ସୁକାନ୍ତ କୁମାର ତ୍ରିପାଠୀ) କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକର ଦୁର୍ଗମ ବେଲଘର ଅଞ୍ଚଳ ଗସ୍ତ କରି ଲୋକଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝିଛନ୍ତି ଜିଲ୍ଲାପାଳ ବେଦ ଭୂଷଣ। ଶନିବାର ସକାଳୁ ଜିଲ୍ଲାପାଳ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ବେଲଘର ପଞ୍ଚାୟତର ଗୋମେଲ, ତୁଆକେଲା, ଦୁମାପଦା, ଗୁଲିମାସ୍କା ଓ ଗାଜାପଦୁ ଭଳି ଗ୍ରାମଗୁଡ଼ିକ ପରିଦର୍ଶନ କରିଥିଲେ।ଏହି ଅବସରରେ ସେ ଚାଲିଥିବା ବିଭିନ୍ନ

ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ସମୀକ୍ଷା କରିବା ସହ ଗ୍ରାମବାସୀଙ୍କ ମୌଳିକ ସମସ୍ୟା ଯଥା: ବିଦ୍ୟୁତ, ପାନୀୟ ଜଳ, ଆବାସ ଓ ବାର୍ଦ୍ଧକ୍ୟ ଭତ୍ତା ଉପରେ ଆଲୋଚନା କରିଥିଲେ।ବେଲଘର ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ। ତୁଆକେଲା ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁଙ୍କ ଓଜନ ମାପ କରିଥିଲେ। ବେଲଘର ଅଞ୍ଚଳର ସମସ୍ତ ସମସ୍ୟାର ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ।ତୁମୁଡ଼ିବନ୍ଧ ଫେରିବା ବାଟରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ କନ୍ୟାଶ୍ରମ (ଜଲେଶପଟା) ମଧ୍ୟ

ପରିଦର୍ଶନ କରିଥିଲେ।ଏହି ଗସ୍ତ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବନବିହାରୀ ଦିଣ୍ଡା, ସମନ୍ୱିତ ଆଦୁର୍ଗମ ବେଲଘର ଅଞ୍ଚଳ ବୁଲି ସମସ୍ୟା ବୁଝିଲେ ଜିଲ୍ଲାପାଳଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।